କୃଷି ଆଇନକୁ ସ୍ଥଗିତ ରଖିବାକୁ କେନ୍ଦ୍ରକୁ ନିର୍ଦ୍ଦେଶ

ନୂଆଦିଲ୍ଲୀ(ଓଡିଶା ସମାଚାର ନ୍ୟୁଜ ):କେନ୍ଦ୍ର ସରକାରଙ୍କ ତିନି ବିବାଦୀୟ କୃଷି ଆଇନକୁ କିଛି ଦିନ ପାଇଁ ସ୍ଥଗିତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମ କୋର୍ଟ। । କେନ୍ଦ୍ର କୃଷି ଆଇନ ନେଇ ଅସନ୍ତୋଷ ପ୍ରକାଶ କଲେ ସୁପ୍ରମି୍‌ କୋର୍ଟ। ଆପୋଷ ବୁଝାମୁଣା ନେଇ କେନ୍ଦ୍ର ସରକାରଙ୍କ ଭୂମିକା ଉପରେ ଅସନ୍ତୋଷ ପ୍ରକାଶ କଲେ। ଯାହା କିଛି ଚାଲିଛି ଆମେ ଆଦୌ ଖୁସି ନୋହୁଁ ବୋଲି ପ୍ରଧାନ ବିଚାରପତି ଏସ୍‌.ଏ.ବୋବଡେ ପ୍ରକାଶ କରିଛନ୍ତି।ସରକାର ଏହି ପ୍ରସଙ୍ଗରେ କିପରି ମୁକାବିଲା କରୁଥିଲେ ଜାଣିଛନ୍ତି କି ନାହିଁ? ନିୟମ ତିଆରି କରିବା ପୂର୍ବରୁ କାହା ବିଷୟରେ ଆଲୋଚନା କରିଥିଲେ କି ନାହିଁ? ଏବେ ସରକାର କ’ଣ କରୁଛନ୍ତି? କ’ଣ ପାଇଁ ବୟସ୍କ ଲୋକ ଥଣ୍ଡା କାକରରେ ପଡ଼ିଛନ୍ତି? କାହିଁକି କେହି ଜଣେ ଆଇନ ସପକ୍ଷରେ ଏ ପର୍ଯ୍ୟନ୍ତ କିଛି ରିଟ୍‌ ପିଟିସନ୍ ଦାୟର କରିନାହାନ୍ତି? ଇତ୍ୟାଦି ସୁପ୍ରିମ୍‌ କୋର୍ଟ ପକ୍ଷରୁ ପ୍ରଶ୍ନ ଉଠାଯାଇଛି। ସୁପ୍ରିମକୋର୍ଟ ପକ୍ଷରୁ କୁହାଯାଇଛି ଯେ କୌଣସି ରକ୍ତପାତ ଓ ମୃତ୍ୟୁକୁ ଆମେ ଗ୍ରହଣ କରିପାରିବୁ ନାହିଁ। ଆଇନକୁ ସ୍ଥଗିତ ରଖି ଏକ କମିଟି ଗଠନ ପାଇଁ ନିର୍ଦେଶ ଦେଲେ କୋର୍ଟ। ଏକ୍ସପର୍ଟ କମିଟିର ନିଷ୍ପତ୍ତି ପର୍ଯ୍ୟନ୍ତ ଆଇନ କାର୍ଯ୍ୟକାରୀ ସ୍ଥଗିତ ରହୁ ବୋଲି ଆଜି ସୁପ୍ରିମ୍‌ କୋର୍ଟ ପକ୍ଷରୁ କୁହାଯାଇଛି।

Leave A Reply

Your email address will not be published.