ଗୁଗଲ ହଟାଇଲା୧୦୦ରୁ ଅଧିକ ଋଣ ପ୍ରଦାନକାରୀ ଆପ୍

ନୂଆଦିଲ୍ଲୀ: ଆପ୍‌ ଜରିଆରେ ଋଣ ପ୍ରଦାନ କରି ଲୋକଙ୍କୁ ଠକୁ ଥିବା ସଂସ୍ଥା ଗୁଡ଼ିକଆଜି ଗୁଗଲ ପ୍ଲେ ଷ୍ଟୋରରୁ ହଟାଇ ଦେଇଛି। ବିରୋଧରେ ଏକାଧିକ ଲୋକ ପୁଲିସ୍‌ରେ ଅଭିଯୋଗ କରିଥିଲେ। ଅନଲାଇନରେ ଲୋକଙ୍କୁ ପ୍ରଥମେ ଋଣ ଓ ପରେ ସେମାନଙ୍କୁ ହଇରାଣ କରୁଥିଲେ ।ତଦନ୍ତକାରୀ ସଂସ୍ଥା ଏଗୁଡ଼ିକର ଯାଞ୍ଚ କରିଥିଲା। ଏହାପରେ ତଦନ୍ତକାରୀ ସଂସ୍ଥା ଲୋକଙ୍କୁ ଠକୁ ଥିବା ଆପ୍‌ଗୁଡ଼ିକୁ ତୁରନ୍ତ ହଟାଇବାକୁ ଗୁଗଲକୁ ଚିଠି ଲେଖିଥିଲା। ଏବେ ଗୁଗଲ ୧୦୦ରୁ ଅଧିକ ଆପ୍‌କୁ ପ୍ଲେ ଷ୍ଟୋରରୁ ହଟାଇ ଦେଇଛି। ଗୁଗଲ ପକ୍ଷରୁ କେତେ ସଂଖ୍ୟକ ଆପ୍ସ ଗୁଡ଼ିକ ନାଁ କ’ଣ, ସେ ବିଷୟରେ ବିସ୍ତୃତ ତଥ୍ୟ ଦିଆଯାଇନାହିଁ।
ଗୁଗଲ କହିଛି ଯେ ପ୍ଲେ ଷ୍ଟୋରରୁ ବାଦ୍‌ ପଡ଼ିଥିବା ଆପ୍‌ ଗୁଡ଼ିକ ଆମ ଦ୍ୱାରା ଜାରି ସୁରକ୍ଷା ସମ୍ପର୍କିତ ନିୟମାବଳୀଗୁଡ଼ିକୁ ଉଲ୍ଲଙ୍ଘନ କରୁଥିଲେ। ଏଥିପାଇଁ ଏଗୁଡ଼ିକୁ ପ୍ଲେ ଷ୍ଟୋରରୁ ହଟାଇ ଦିଆଯାଇଛି।

Umasankar Adv
Leave A Reply

Your email address will not be published.