ତିନି କୃଷି ଆଇନକୁ ବିରୋଧ କରି ରାଜରାସ୍ତାରେ ରାହୁଲ ଗାନ୍ଧୀ, ପ୍ରିୟଙ୍କା ଗାନ୍ଧୀ

ନୂଆଦିଲ୍ଲୀ(ଓଡିଶା ସମାଚାର ନ୍ୟୁଜ): ନୂତନ ତିନି କୃଷି ଆଇନ୍‌ ବିରୋଧରେ ବିରୋଧୀ ଦଳ କଂଗ୍ରେସ ‘କିଷାନ ଅଧିକାର ଦିବସ’ ପାଳନ କରୁଅଛି। କଂଗ୍ରେସର ପୂର୍ବତନ ସଭାପତି ରାହୁଲ ଗାନ୍ଧୀ, ମହାସଚିବ ପ୍ରିୟଙ୍କା ଗାନ୍ଧୀ ଓ କଂଗ୍ରେସ କର୍ମୀ ଏକ ହୋଇ ଦିଲ୍ଲୀରେ ଉପରାଜ୍ୟପାଳଙ୍କ ବାସଭବନ ଘେରାଉ କରିଛନ୍ତି। କେନ୍ଦ୍ର ତିନି କୃଷି ଆଇନକୁ ରଦ୍ଦ କରିବା ଦରକାର ନହେଲେ କଂଗ୍ରେସ କେବେ ପଛକୁ ହଟିବ ନାହିଁ ବୋଲି ରାହୁଲ୍ କହିଛନ୍ତି। କେନ୍ଦ୍ର ଏହି କୃଷି ଆଇନ ଜରିଆରେ ପୁଞ୍ଜିପତିଙ୍କୁ ଲାଭବାନ କରିବାକୁ ଉଦ୍ଦେଶ୍ୟ କରିଛନ୍ତି। ଏହି ଆଇନ ଚାଷୀଙ୍କୁ କ୍ଷତିରେ ପହଞ୍ଚାଇବ ବୋଲି ସେ କହିଛନ୍ତି। ଦେଶର ବିଭିନ୍ନ ସ୍ଥାନରେ କୃଷି ଆଇନ୍‌ ବିରୋଧରେ ଆନ୍ଦୋଳନ ଜାରି ରହିଛି। ଦିଲ୍ଲୀ, ହିମାଚଳ ପ୍ରଦେଶ, ଉତ୍ତରପ୍ରଦେଶ ଆଦି ର‌ାଜ୍ୟରେ କୃଷକମାନେ ନୂତନ ନିୟମକୁ ପ୍ରତିବାଦ କରି ସ୍ଲୋଗାନ୍‌ ଦେଇଛନ୍ତି।

Leave A Reply

Your email address will not be published.