ଐତିହାସିକ ବିଜୟ ସହ ସିରିଜକୁ ୨-୧ରେ ହାତେଇଲା ଟିମ୍ ଇଣ୍ଡିଆ

ବ୍ରିସବେନ୍(ଓଡିଶା ସମାଚାର ନ୍ୟୁଜ): ବିରାଟଙ୍କ ଅନୁପସ୍ଥିତିରେ ଏକ ବଡ଼ ବିଜୟ ଭେଟି ଦେଇଛନ୍ତି ଆଜିଙ୍କ୍ୟ ରାହାଣେ। କଙ୍ଗାରୁ ଦଳ ଶେଷରେ ଭାରତୀୟ ଯୁବ ଟିମ୍ ଆଗରେ ମୁଣ୍ଡ ନୁଆଇଁଛି । ଅଷ୍ଟ୍ରେଲିଆକୁ ତାର ନିଜ ମାଟିରେ ମାତ୍ ଦେଇ ଭାରତ ଏହି ଐତିହାସିକ ବିଜୟ ହାସଲ କରିଛି। ବ୍ରିସବେନରେ ଅଷ୍ଟ୍ରେଲିଆର ୩୩ ବର୍ଷର ଅପରାଜେୟ ରେକର୍ଡରେ ଭାରତ ବ୍ରେକ୍ ଲଗାଇଛି। ଏହାସହ ଟିମ୍ ଇଣ୍ଡିଆ ବ୍ରିସବେନ୍ ବିଜୟ ସହ ଟେଷ୍ଟ ସିରିଜ ମଧ୍ୟ କବଜା କରିଛି। ଟିମ୍ ଇଣ୍ଡିଆ ୪ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜକୁ ୨-୧ରେ ହାତେଇନେଇଛି । ଏହି ବିଜୟ ପାଇଁ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଟିମ୍ ଇଣ୍ଡିଆକୁ ଶୁଭେଚ୍ଛା ଜଣାଇଛନ୍ତି। ରିଷଭ ପନ୍ତ ଓ ୱାସିଂଟନ ସୁନ୍ଦରଙ୍କ ଉପଯୋଗୀ ଇନିଂସ ବଳରେ ଭାରତ ଏହି ବିଜୟ ହାସଲ କରିଛି।

Umasankar Adv
Leave A Reply

Your email address will not be published.