ଆଜିଠୁ ଖୋଲିଲା ରାଜ୍ୟ ସଂଗ୍ରହାଳୟ, ଆନନ୍ଦଭବନ

ଦୀର୍ଘ ୯ ମାସ ପରେ ମଙ୍ଗଳବାରରୁ ରାଜ୍ୟ ସଂଗ୍ରହାଳୟ ଏବଂ କଟକସ୍ଥିତ ଆନନ୍ଦଭବନ ଖୋଲିବ। ପ୍ରତିଦିନ ୨୦୦ ଲୋକଙ୍କୁ ପରିଦର୍ଶନ କରିବାର ସୁଯୋଗ ମିଳିବ। ମାତ୍ର ସଂଗ୍ରହାଳୟ ଅଧୀନରେ ଥିବା ଆଞ୍ଚଳିକ ସଂଗ୍ରହାଳୟରେ ପୂର୍ବଭଳି କୋଭିଡ ନିୟମ ବଳବତ୍ତର ରହିବ। କୋଭିଡ କଟକଣାକୁ ଦୃଷ୍ଟିରୁ ରଖି ପର୍ଯ୍ୟଟକ ଉଭୟ ଆନନ୍ଦଭବନ ଓ ରାଜ୍ୟ ସଂଗ୍ରହାଳୟ ପରିଦର୍ଶନ କରିବେ ବୋଲି ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ନିର୍ଦେଶକ କହିଛନ୍ତି।

gpkandhamal

ଉଦ୍‌ଘାଟନ ହେବାକୁ ଥିବା ୫ ଗ୍ୟାଲେରୀ କିଛି ଦିନ ପରେ ଖୋଲିବ ବୋଲି ଜଣାପଡ଼ିଛି। ଅନ୍ୟପକ୍ଷରେ ସଂଗ୍ରହାଳୟ ଖୋଲିବା ପରେ ପ୍ରତିଦିନ ୨୦୦ ଲୋକଙ୍କୁ ଅନୁମତି ମିଳିବ। ଧାଡ଼ିରେ ସାମାଜିକ ଦୂରତା ବଜାୟ ରଖି ଜଣଙ୍କ ପରେ ଜଣଙ୍କୁ ଭିତରକୁ ପ୍ରବେଶ ଅନୁମତି ଦିଆଯିବ। ଫାଟକ ନିକଟରେ ସମସ୍ତଙ୍କର ର୍ଥମାଲ ସ୍କ୍ରିନିଂ କରାଯିବ। ଏହାସହିତ ସାନିଟାଇଜ୍‌ ମଧ୍ୟ କରାଯିବ। ତେବେ ପୂର୍ବରୁ କେବଳ ସୋମବାର ବନ୍ଦ ରହୁଥିବାବେଳେ ଏବେ ସରକାରଙ୍କ କୋଭିଡ ନିୟମ ଅନୁସାରେ ଶନିବାର ମଧ୍ୟ ବନ୍ଦ ରହିବ। ଏହାବ୍ୟତୀତ ପ୍ରତିଦିନ ସଂଗ୍ରହାଳୟ ଖୋଲା ରହିବ।

Umasankar Adv
Leave A Reply

Your email address will not be published.