ସାମ୍‌ସଙ୍ଗ୍‌ ମୁଖ୍ୟ ଲି ଜେ. ୟୋଙ୍ଗଙ୍କୁ ଜେଲ୍‌ ଦଣ୍ଡାଦେଶ

ସିଓଲ(ଓଡିଶା ସମାଚାର ନ୍ୟୁଜ): ବିଶ୍ଵର ମୋବାଇଲ୍‌ ଫୋନ୍‌ ନିର୍ମାତା ସାମ୍‌ସଙ୍ଗ୍‌ କମ୍ପାନୀର ମୁଖ୍ୟ ଲି ଜେ. ୟୋଙ୍ଗଙ୍କୁ ଦକ୍ଷିଣ କୋରିଆର ସିଓଲ ହାଇକୋର୍ଟ ଅଢ଼େଇ ବର୍ଷ ଜେଲ୍‌ ଦଣ୍ଡାଦେଶ ଶୁଣାଇଛନ୍ତି। ସୋମବାର ତାଙ୍କୁ ଜେଲ୍‌ ପଠାଇ ଦିଆଯାଇଛି। ଲାଞ୍ଚ ଦେବା ମାମଲାରେ ଲି ଦୋଷୀ ସାବ୍ୟସ୍ତ ହୋଇଥିଲେ। ଲି ପୂର୍ବତନ ରାଷ୍ଟ୍ରପତି ପାର୍କ ଗିୟୁନ ହାଏ ଏବଂ ତାଙ୍କର ଜଣେ ଘନିଷ୍ଠଙ୍କୁ ଲାଞ୍ଚ ଦେଇଥିଲେ। ୨୦୧୬ ମସିହାରେ ଏହି ମାମଲା ସାମ୍ନାକୁ ଆସିଥିଲା।୨ଟି କମ୍ପାନୀର ବିଲୟ ଘଟାଇବା ପାଇଁ ସରକାରୀ ସହାୟତା ହାସଲ କରିବା ଲାଗି ଲି ଏହି ଲାଞ୍ଚ ଦେଇଥିଲେ। ଏହି ଦୁର୍ନୀତି ସାମ୍ନାକୁ ଆସିବା ପରେ ତତ୍କାଳୀନ ରାଷ୍ଟ୍ରପତି ହାଏଙ୍କୁ ମଧ୍ୟ ନିଜ ପଦବୀ ହରାଇବାକୁ ପଡ଼ିଥିଲା।

Umasankar Adv
Leave A Reply

Your email address will not be published.