ଆଜି ପବିତ୍ର ଶାମ୍ବ ଦଶମୀ: ପ୍ରଭୁ ସୂର୍ଯ୍ୟଦେବତାଙ୍କର ପୂଜା

ଭୁବନେଶ୍ୱର(ଓଡିଶା ସମାଚାର ନ୍ୟୁଜ): ଆଜି ହେଉଛି ଶାମ୍ବ ଦଶମୀ। ଏହା ପ୍ରତ୍ୟକ୍ଷ ଭାବେ ଦର୍ଶନ ଦେଉଥିବା ସୂର୍ଯ୍ୟଦେବତାଙ୍କର ପୂଜା। ଆଜି ମୁଖ୍ୟତଃ ସୂର୍ଯ୍ୟଦେବତାଙ୍କୁ ଯଥାବିଧି ଭାବେ ପୂଜାର୍ଚ୍ଚନା କରାଯାଇ ବାଇଗଣ ପତ୍ରରେ ଜାଉ, ତରକାରୀ ଭୋଗ କରାଯାଇ ସୂର୍ଯ୍ୟଦେବଙ୍କୁ ସମର୍ପଣ କରାଯାଇ ଛୋଟ ଛୋଟ ପିଲାଙ୍କୁ ଖାଇବାକୁ ଦିଆଯାଏ। କୃଷିପ୍ରଧାନ ଓଡ଼ିଶା ରାଜ୍ୟରେ ଏ ସମୟରେ ପ୍ରଚୁର ପରିମାଣରେ ପନିପରିବା ମିଳିଥାଏ। ବିଭିନ୍ନ ପନିପରିବାରେ ଏ ପର୍ବରେ ଯେଉଁ ତରକାରୀ ପ୍ରସ୍ତୁତ ହୁଏ, ତାକୁ ଘାଣ୍ଟ ତରକାରୀ କୁହାଯାଏ। ଏହାସହ ଏହି ଦିନ ନବଗ୍ରହ ମନ୍ଦିରରେ ବିଶେଷ ପୂଜାର୍ଚ୍ଚନା କରାଯାଏ।

gpkandhamal

ପୂଜା ବିଧି- ନିଜ ସନ୍ତାନମାନଙ୍କ ମଙ୍ଗଳକାମନା କରି ଏହି ପର୍ବକୁ ନିଷ୍ଠାର ସହ ପାଳନ କରାଯାଏ। ପ୍ରଥମେ ସ୍ନାନ ସାରି ସୂର୍ଯୋଦୟ ପରେ ଫଳମୂଳ ଓ ମିଷ୍ଟାନ୍ନ ଆଦି ନୈବେଦ୍ୟ ବଢାଯାଏ।ଏହାପରେ ମଧ୍ୟାହ୍ନରେ ବିଭିନ୍ନ ପ୍ରକାରର ପିଠା, ମିଠା, ଘାଣ୍ଟ ତରକାରୀ ସୂର୍ଯ୍ୟଦେବତାଙ୍କୁ ଅର୍ପଣ କରାଯାଏ। ଶେଷରେ ସୂର୍ଯ୍ୟସ୍ତ ପୂର୍ବରୁ ମଧ୍ୟ ପ୍ରଭୁଙ୍କୁ ଧୂପଦୀପ , ବିଭିନ୍ନ ପ୍ରକାରର ପିଠା ଭୋଗ ଅର୍ପଣ

Umasankar Adv
Leave A Reply

Your email address will not be published.