ରାଜ୍ୟରେ ସର୍ବନିମ୍ନ ସ୍ତରରେ ଆକ୍ରାନ୍ତଙ୍କ ସଂଖ୍ୟା

ଭୁବନେଶ୍ୱର(ଓଡିଶା ସମାଚାର ନ୍ୟୁଜ) :ରାଜ୍ୟରେ ସର୍ବନିମ୍ନ ସ୍ତରରେ ଆକ୍ରାନ୍ତଙ୍କ ସଂଖ୍ୟା। ପ୍ରତ୍ୟେକ ଦିନ ରାଜ୍ୟରେ କରୋନା ଆକ୍ରାନ୍ତ ଚିହ୍ନଟ ହେଉଥିବା ବେଳେ ଆଜି ଆସିଥିବା ରିପୋର୍ଟ ଅନୁଯାୟୀ ଏହି ସଂଖ୍ୟା ୧୦୦ ତଳକୁ ଖସିଛି। ୭ ମାସ (୨୦୨୦ ଜୁନ୍‌ ୬) ପରେ ପ୍ରଥମ ଥର ରାଜ୍ୟରେ ୧୦୦ ତଳକୁ ଖସିଛି ନୂଆ କରୋନା ଆକ୍ରାନ୍ତଙ୍କ ସଂଖ୍ୟା। ୯୯ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୫୮ ଜଣ କ୍ୱାରେଣ୍ଟାଇନ୍‌ରେ ଥିଲେ। ବାକି ୪୧ଟି ହେଉଛି ଲୋକାଲ୍ କେସ୍‌।

୧୯ ଜିଲା ଓ ଷ୍ଟେଟ ପୁଲରୁ ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରୁ ସୁନ୍ଦରଗଡରୁ ସର୍ବାଧିକ ୨୦। ଅନୁଗୁଳ ୬, ବାଲେଶ୍ୱର ୭, ବରଗଡ ୩, ବଲାଙ୍ଗୀର ୧, ବୌଦ୍ଧ ୧,କଟକ ୮, ଢେଙ୍କାନାଳ ୧, ଗଞ୍ଜାମ ୧, ଯାଜପୁର ୪, ଝାରସୁଗୁଡା ୧, କନ୍ଧମାଳ ୧, ଖୋର୍ଦ୍ଧା ୧୪, କୋରାପୁଟ ୧, ମୟୁରଭଞ୍ଜ ୩, ନୂଆପଡା ୮, ପୁରୀ ୪, ରାୟଗଡା ୩, ସମ୍ବଲପୁର ୯, ଷ୍ଟେଟ ପୁଲରୁ ୩ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

Umasankar Adv
Leave A Reply

Your email address will not be published.