ସହକାରୀ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ରେଡ୍

ସହକାରୀ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ରେଡ୍ । ଆୟବର୍ହିଭୂତ ସଂପତି ଠୁଳ ଅଭିଯୋଗରେ ଚଢ଼ାଉ କରିଛି ଭିଜିଲାନ୍ସ । ସୁନ୍ଦରଗଡ ଜିଲ୍ଲା ବଡଗାଁ ବ୍ଲକ ସହକାରୀ ଯନ୍ତ୍ରୀ ପର୍ଶୁରାମ ନାଏକଙ୍କ ଘରେ ଚଢାଉ କରିଛି ଭିଜିଲାନ୍ସ । ଏକକାଳୀନ ୩ଟି ସ୍ଥାନରେ ଚାଲିଛି ଚଢାଉ ଜାରି ରହିଛି । ବଡଗାଁ ସ୍ଥିତ ପୈତୃକ ଘର, ଲେଫ୍ରିପଡା ସ୍ଥିତ ଅଫିସ ଓ ରଙ୍ଗାଢିପା ସ୍ଥିତ ବାସଭବନରେ ଏକକାଳୀନ ଭାବେ ରେଡ୍ କରିଛି ଭିଜିଲାନ୍ସ । ଭିଜିଲାନସ ଡିଏସପି ବୀରେନ୍ଦ୍ର ନାଏକଙ୍କ ନେତୃତ୍ୱରେ ଚଢାଉରେ ସାମିଲ ହୋଇଛନ୍ତି ୩ଟି ଟିମ ।ମିଳିଥିବା ସୂଚନା ଅନୁଯାୟୀ, ପର୍ଶୁରାମ ନାଏକଙ୍କ ନାମରେ ଅନେକ ଦିନ ଧରି ଅଭିଯୋଗ ହୋଇଆସୁଥିଲା । ତାଙ୍କ ପାଖରେ କେତେ ଟଙ୍କାର ସଂପତ୍ତି ରହିଛି ତାହା ଆକଳନ କରୁଛି ଭିଜିଲାନ୍ସ । ସହକାରୀ ଯନ୍ତ୍ରୀ ପର୍ଶୁରାମ ନାଏକଙ୍କର ଭୁବନେଶ୍ବରରେ ଏକ ପ୍ଲଟ୍ ଥିବା ଜାଣିବାକୁ ପାଇଛି ଭିଜିଲାନ୍ସ ଟିମ୍ । ଏହାଛଡ଼ା ବିପୁଳ ପରିମାଣର ସୁନା ଅଳଙ୍କାର ଓ ଏକ ସ୍ବିଫ୍ଟ ଡିଜାୟାର୍ କାର୍ ବି ଥିବା ଜଣାଯାଇଛି । ତେବେ ଏନେଇ ଅଧିକ ତଥ୍ୟ ହସ୍ତଗତ ହୋଇନାହିଁ ।

Leave A Reply

Your email address will not be published.