ଆଜି ଦାୟିତ୍ୱ ନେବେ ସୌମେନ୍ଦ୍ର ପ୍ରିୟଦର୍ଶୀ

ଟୁଇନ୍ ସିଟିର ନୂଆ ପୁଲିସ କମିଶନର ଭାବେ ଆଜି ଦାୟିତ୍ୱ ନେବେ ସୌମେନ୍ଦ୍ର ପ୍ରିୟଦର୍ଶୀ। କ୍ରାଇମବ୍ରାଞ୍ଚର ଏଡିଜି ଥିବା ୧୯୯୫ ବ୍ୟାଚ୍ର ଏହି ଆଇପିଏସ ଅଫିସରଙ୍କୁ ରାଜ୍ୟ ସରକାର ଗତକାଲି କଟକ-ଭୁବନେଶ୍ୱର କମିଶନରେଟ୍  ପୁଲିସର ନୂଆ କମିଶନର ଭାବେ ନିଯୁକ୍ତ କରିଛନ୍ତି।  ସରକାର ଏତେ ବଡ଼ ବିଶ୍ୱାସ ରଖି ଦାୟିତ୍ୱ ଦେଇଛନ୍ତି, ଦାୟିତ୍ୱ ସଂପାଦନ ପାଇଁ ଆପ୍ରାଣ ଉଦ୍ୟମ କରିବି। ଟୁଇନ୍ ସିଟିର ନୂଆ ପୁଲିସ କମିଶନର ନିଯୁକ୍ତ ହେବା ପରେ ଏଭଳି ପ୍ରତିକ୍ରିୟା ଦେଇଛନ୍ତି ସୌମେନ୍ଦ୍ର ପ୍ରିୟଦର୍ଶୀ। ସେପଟେ ସୌମେନ୍ଦ୍ର ପ୍ରିୟଦର୍ଶୀ ନୂଆ ପୁଲିସ କମିଶନର ଭାବେ ନିଯୁକ୍ତ ହେବା ପରେ ପଦ ଛାଡ଼ିଛନ୍ତି ସିପି ସୁଧାଂଶୁ ଷଡ଼ଙ୍ଗୀ। ପୁଲିସ କମିଶନର ପଦରେ ରହି ସେବା କରିବାର ସୁଯୋଗ ମିଳିଥିବାରୁ ସେ ସରକାରଙ୍କୁ ଧନ୍ୟବାଦ ଦେଇଛନ୍ତି । ଏଥିସହ କୋଭିଡ୍ ସମୟରେ ଚ୍ୟାଲେଞ୍ଜପୂର୍ଣ୍ଣ ସମୟକୁ ମନେ ପକାଇ ତାହା ତାଙ୍କୁ ସନ୍ତୁଷ୍ଟି ଦେଇଥିବା ଉଲ୍ଲେଖ କରିଛନ୍ତି ସୁଧାଂଶୁ ଷଡ଼ଙ୍ଗୀ।

Leave A Reply

Your email address will not be published.