ପିକଅପ୍ ଭ୍ୟାନ ଓ ବାଇକ ମୁହାଁମୁହିଁ

ସୁନ୍ଦରଗଡ଼ ଜିଲ୍ଲା ବୀରମିତ୍ରପୁର ପୌରାଞ୍ଚଳର ସ୍ଥିତ ଶେଷ କଲୋନୀରେ ଘଟିଥିବା ଏକ ଆକସ୍ମିକ ଦୁର୍ଘଟଣାରେ ଦୁଇ ଗୁରୁତର ହୋଇଥିବାର ଜଣାପଡ଼ିଛି। ଝାରଖଣ୍ଡ ଅଞ୍ଚଳରୁ JH20E-2095 ନଂ ବାଇକରେ ଦୁଇ ଜଣ ଯୁବକ ବୀରମିତ୍ରପୁର ପୌରାଞ୍ଚଳରେ ବସୁଥିବା ସାପ୍ତାହିକ ହାଟକୁ ଆସିଥିଲେ।ବଜାର ସାରି ଘରକୁ ଫେରୁଥିବା ବେଳେ ଶେଷ କଲୋନୀ ଛକରେ ଭାରସାମ୍ୟ ହରାଇ OD14W-1251 ନଂ ପିକଅପ୍ ଭ୍ୟାନରେ ବାଡ଼େଇ ହେବା ଯୋଗୁଁ ବାଇକ୍ ଆରୋହୀ ଦ୍ୱୟ ଗୁରୁତର ଅବସ୍ଥାରେ ପଡ଼ିରହିଥିଲେ। ଖବର ପାଇ ବୀରମିତ୍ରପୁର ପୁଲିସ୍ ଘଟଣା ସ୍ଥଳରେ ପହଞ୍ଚି ଗୁରୁତର ଯୁବକଦ୍ୱୟଙ୍କୁ ଆରଜିଏଚ ପଠାଇବା ସହ ଦୁର୍ଘଟଣା ଗ୍ରସ୍ତ ବାଇକ୍ ଓ ଭ୍ୟାନକୁ ଜବତ କରିଥିଲେ।

Leave A Reply

Your email address will not be published.