ବାସୁସ୍କୋ ଓ କ୍ଲାଉଡିଓ କୋଲାଞ୍ଜେଲୋଙ୍କୁ ଝୁରୁଛନ୍ତି ସଲମନ୍

ଇଟାଲୀର ବିଦେଶୀ ପର୍ଯ୍ୟଟକ ପାଉଲୋ ବାସୁସ୍କୋ ଓ କ୍ଲାଉଡିଓ କୋଲାଞ୍ଜେଲୋ। ଏହି ଦୁଇ ବିଦେଶୀ ପର୍ଯ୍ୟଟକ ୨୦୧୨ ମସିହାରେ କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡି ଅଞ୍ଚଳକୁ ବୁଲିବାକୁ ଆସିଥିଲେ। ଆଉ ଏହି ସମୟରେ ମାର୍ଚ୍ଚ ୧୪ ତାରିଖରେ ଉଭୟଙ୍କୁ ମାଓବାଦୀ ଅପହରଣ କରି ନେଇଥିଲେ। ସେତେବେଳର ଏହି ଚର୍ଚ୍ଚିତ ଘଟଣା ସମଗ୍ର ଦେଶରେ ହଇଚଇ ସୃଷ୍ଟି କରିଥିଲା। ଏମିତି କି ଉଭୟଙ୍କୁ ମାଓବାଦୀଙ୍କ କବଳରୁ ମୁକୁଳାଇବା ପାଇଁ ସରକାରଙ୍କୁ ମଧ୍ୟ ନାକେଦମ ହେବାକୁ ପଡିଥିଲା। ହେଲେ ପରବର୍ତ୍ତୀ ସମୟରେ ଉଭୟ ନିଜ ଦେଶ ଇଟାଲୀକୁ ଫେରି ଯାଇଥିଲେ। ଏହାରି ଭିତରେ ଏହି ଘଟଣାକୁ ଦୀର୍ଘ ୯ ବର୍ଷ ପୂରି ଥିଲେ ହେଁ ହେଲେ ଆଜି ବି ସେମାନେ ଖୁବ ଚର୍ଚ୍ଚାରେ ରହିଛନ୍ତି। ସେମାନଙ୍କ ଭଲ ପାଇବା ଓ ସହାୟତା ପାଇଁ ଆଜିବି ଦାରିଙ୍ଗବାଡି ବ୍ଲକ ଲାମ୍ବାବାନ୍ଦା ଗାଁ ଲୋକେ ତାଙ୍କୁ ଝୁରି ହେଉଛନ୍ତି।

gpkandhamal

ଏହି ଦୁଇ ବିଦେଶୀ ପର୍ଯ୍ୟଟକ ଇଟାଲୀରେ ଥାଇ କି ଦାରିଙ୍ଗବାଡ଼ି ବ୍ଲକ ଲାମ୍ବାବାନ୍ଦା ଗ୍ରାମବାସୀଙ୍କ ପାଇଁ ବଢ଼ାଇଛନ୍ତି ସହାୟତାର ହାତ। ଗାଁରେ ଥିବା ଏକ କୂଅର ଫଳକରେ ବସୁସ୍କୋ ପାଉଲ ଓ କ୍ଲାଉଡିୟ କାଲେଂଜେଲଙ୍କ ନାମ ରହିଛି। ଏହି କୂଅ ସେମାନଙ୍କ ଆର୍ଥିକ ସହାୟତାରେ ଖୋଳାଯାଇଛି। ଯାହା ଦ୍ୱାରା ଲାମ୍ବାବାନ୍ଦା ଗାଁ ଲୋକଙ୍କର ପିଇବା ପାଣିର ସମସ୍ୟା ଏବେ ଦୂର ହୋଇଛି।

Umasankar Adv
Leave A Reply

Your email address will not be published.