ଶ୍ରୀକ୍ଷେତ୍ରରେ ଜଳିଗଲା ୩ଟି ବସ୍

ପୁରୀ ଶ୍ରୀକ୍ଷେତ୍ରରେ ଅଭାବନୀୟ ଘଟଣା। ଚାହୁଁ ଚାହୁଁ ଜଳିଗଲା ୩ଟି ବସ୍‌।  ପୁରୀ ବସ୍‌ଷ୍ଟାଣ୍ଡରେ ଅଗ୍ନିକାଣ୍ଡ ଘଟି  ୩ଟି ବସ୍ ଜଳି ଯାଇଛି। କୌଣସି କାରଣରୁ ନିଆଁ ଲାଗି ୩ଟି ବସ୍ ଜଳିଯାଇଛି। ବସ୍ ତିନିଟି ଛିଡ଼ା ହୋଇଥିବା ବେଳେ ନିଆଁ ଲାଗିଥିବା ଜଣାପଡ଼ିଛି।  କେଉଁ କାରଣରୁ ନିଆଁ ଲାଗିଲା, ଜଣାପଡ଼ିନି। ତେବେ ମୃତାହତ ନେଇ କୌଣସି ସୂଚନା ଆସି ନାହିଁ। ଗୋଟିଏ ବସ୍‌ରେ ନିଆଁ ଲାଗିବା ପରେ ପାଖ ଦୁଇଟିକୁ ବ୍ୟାପି ଥିଲା। ଦୁଇ ପାର୍ଶ୍ୱରେ ଛିଡ଼ା ହୋଇଥିବା ଅନ୍ୟ ୨ଟି ବସରେ ଲାଗିଲା ନିଆଁ। ଅଗ୍ନିଶମ କର୍ମଚାରୀ ପହଞ୍ଚି ନିଆଁକୁ ଆୟତ୍ତ କରିଛନ୍ତି।

Leave A Reply

Your email address will not be published.