ଅଯୋଧ୍ୟା ରାମ ମନ୍ଦିର ନିର୍ମାଣ ପାଇଁ ଓଡ଼ିଶାର ଦାନ

ପବିତ୍ର ଅଯୋଧ୍ୟା ରାମ ମନ୍ଦିର ନିର୍ମାଣ ପାଇଁ ନିଧି ସଂଗ୍ରହ ଅଭିଯାନ ଆରମ୍ଭ କରାଯାଇଥିଲା। ଏହି ନିଧି ସଂଗ୍ରହ ଅଭିଯାନର କାର୍ଯ୍ୟ ଶ୍ରୀରାମ ଜନ୍ମଭୂମି ମନ୍ଦିର ନିଧି ସମର୍ପଣ ସମିତି, ଓଡିଶା ମାଧ୍ୟମରେ ସମ୍ପନ୍ନ ହୋଇଛି। ଏହି ଅଭିଯାନରେ ମୋଟ ୫୮,୯୯୨ ଜଣ କାର୍ଯ୍ୟକର୍ତ୍ତା ଭାଗ ନେଇଥିଲେ। ୫୫୩ ଜଣ ପୂଜ୍ୟ ସାଧୁସନ୍ଥ ମଧ୍ୟ ଏହି ନିଧି ସଂଗ୍ରହ ଅଭିଯାନରେ ଯୋଗ ଦେଇଥିଲେ।

gpkandhamal

କାର୍ଯ୍ୟକର୍ତାମାନେ ମୋଟ ୪୩,୭୪୯ଟି ଗ୍ରାମର ୭୪,୯୫,୭୯୯ଟି ପରିବାର ସହ ସମ୍ପର୍କ ସ୍ଥାପନ କରିଥିଲେ। ଓଡ଼ିଶାର ଜନସାଧାରଣ ମଧ୍ୟ ଏହି କାର୍ଯ୍ୟରେ ସଂପୂର୍ଣ୍ଣ ସହଯୋଗ କରି ୪୨,୦୩,୦୭,୦୬୬ଟଙ୍କା ପରିମାଣର ଅର୍ଥ ମାଧ୍ୟମରେ ରାମ ମନ୍ଦିର ନିର୍ମାଣ ପାଇଁ ନିଜର ଭକ୍ତି ନୈବଦ୍ୟ ସମର୍ପଣ କରିଛନ୍ତି। ଓଡ଼ିଶାବାସୀଙ୍କର ଏଭଳି ଉତ୍ସାହପ୍ରଦ ସହଯୋଗ ପାଇଁ ଶ୍ରୀରାମ ଜନ୍ମଭୂମି ମନ୍ଦିର ନିଧି ସମର୍ପଣ ସମିତି ତରଫରୁ ସମଗ୍ର ଓଡିଶା ବାସୀଙ୍କୁ ଧନ୍ୟବାଦ ଜଣାଇଛନ୍ତି ସମିତିର ସମ୍ପାଦକ ପ୍ରାଧ୍ୟାପକ ଗୋପାଳ ପ୍ରସାଦ ମହାପାତ୍ର। ଏହି ସାମ୍ୱାଦିକ ସମ୍ମିଳନୀରେ ସମିତିର ମାର୍ଗଦର୍ଶକ ମଣ୍ଡଳୀ ସଦସ୍ୟ ସ୍ୱାମୀ ଜୀବନ ମୁକ୍ତାନନ୍ଦପୁରୀ, ଉପାଧ୍ୟକ୍ଷ ହରିଶ୍ଚନ୍ଦ୍ର ପରିଡା ଓ ସହସଂପାଦକ ମହେଶ ସାହୁ ପ୍ରମୁଖ ଉପସ୍ଥିତ ଥିଲେ।

Umasankar Adv
Leave A Reply

Your email address will not be published.