ମେଡିକାଲ ବାହାରୁ ନବଜାତ ଶିଶୁକୁ ଉଠାଇ ନେଲା କୁକୁର

ଭଦ୍ରକ ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଦେଖିବାକୁ ମିଳିଛି ଏଭଳି ଅଭାବନୀୟ ଦୃଶ୍ୟ। ନବଜାତ ଶିଶୁକନ୍ୟାକୁ କାମୁଡି ନେଇ ପଳାଉଥିଲା କୁକୁର। ଏହି ସମୟରେ ଲୋକେ ଗୋଡ଼ାଇବାରୁ କୁକୁରଟି ନବଜାତ ଶିଶୁକନ୍ୟାକୁ ଛାଡି ପଳାଇଗଲା। ତେବେ ନବଜାତ ଶିଶୁକନ୍ୟା ମୃତ ବୋଲି ଜଣାପଡ଼ିଛି।ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ଅନୁଯାୟୀ, କିଛି କୁକୁର ଏକ ମୃତ ନବଜାତକୁ କାମୁଡ଼ି ନେଇ ମେଡିକାଲ ପରିସରରେ ବୁଲୁଥିଲେ। ଏହି ସମୟରେ କୁକୁର ଉପରେ ଲୋକଙ୍କ ନଜର ପଡ଼ିଥିଲା। କିଛି କହିବା ଆଗରୁ କୁକୁର ନବଜାତକୁ ମେଡିକାଲ ବାହାରକୁ ନେଇ ପଳାଉଥିଲା। ତେବେ ଲୋକେ ପାଟି କରି ଗୋଡ଼ାଇବାରୁ କୁକୁର ଗୁଡିକ ନବଜାତକୁ ମେଡିକାଲ ପରିସରରେ ଛାଡି ପଳାଇଥିଲା।ପରେ ନବଜାତଟି ଏକ ଶିଶୁ କନ୍ୟା ବୋଲି ଜଣାପଡିଛି। ତେବେ ସିସିଟିଭିରେ ଘଟଣା ବେଳର ଦୃଶ୍ୟ ଦେଖିବାକୁ ମିଳିଛି। ତେବେ ମେଡିକାଲ ପରିସରରୁ ନବଜାତ ଶିଶୁକୁ କୁକୁର କେମିତି ଉଠାଇନେଲା, ତାହା ସମସ୍ତଙ୍କ ଚିନ୍ତିତ କରିଛି। ଏହାଛଡ଼ା ମୃତଦେହଟି ରାସ୍ତା ଉପରକୁ କେମିତି ଆସିଲା, ସେ ନେଇ କୌଣସି ସୂଚନା ମଧ୍ୟ ମିଳିନାହିଁ।

Leave A Reply

Your email address will not be published.