କମିଶନରେଟ ପୁଲିସ ଜାରି କଲା ହ୍ୱାଟ୍‌ସଆପ୍‌ ନମ୍ବର

ରାଜଧାନୀ ରାସ୍ତାରେ ଘଟୁଥିବା ଛିନ୍ତାଇ ମାମଲାକୁ ରୋକିବାକୁ କମିଶନେରେଟ୍ ପୁଲିସ ନେଇଛି ପଦକ୍ଷେପ। ଯଦି ରାସ୍ତାରେ ଅପରାଧ ହେଉଛି ତେବେ 70777-98111 ନମ୍ବରରେ ହ୍ୱାଟ୍‌ସଆପ୍‌ କରି କରି ଅଭିଯୋଗ କରିପାରିବେ।  ରାସ୍ତାରେ ଯଦି, ଅପରାଧ ଦେଖିଲେ କିମ୍ବା କୌଣସି ଅଘଟଣ ଘଟିଲେ ଏହି ନମ୍ବରରେ ତଥ୍ୟ ଦେଇହେବ।ତାସହ କୌଣସି ଅପରାଧୀ ସମ୍ପର୍କରେ ବି ଜଣାଇ ହେବ। ଖାଲି ଏତିକି ନୁହେଁ ଏହି ହ୍ୱାଟ୍‌ସଆପ୍‌ ନମ୍ବରରେ ମାମଲାର ଅଗ୍ରଗତି ସଂପର୍କରେ ବି ଜାଣିହେବ । ଏହି 70777-98111 ନମ୍ବରଟି କେବଳ ହ୍ୱାଟ୍‌ସଆପ୍‌ ପାଇଁ ଉପଲବ୍ଧ ହେବ ଏବଂ ଭୁବନେଶ୍ୱର ପାଇଁ କାର୍ଯ୍ୟ କରିବ। ଗତ କିଛି ଦିନ ଧରି ରାଜଧାନୀ ଭୁବନେଶ୍ୱରରେ ଅପରାଧିକ ମାମଲା ବଢ଼ିଛି। ବିଶେଷ ଭାବେ ରାସ୍ତା ଘାଟରେ ଲୁଟ୍ ତରାଜ ବଢ଼ୁଥିବା ଯୋଗୁଁ କମିଶନରେଟ୍ ପୁଲିସ ପକ୍ଷରୁ ଏପରି ପଦକ୍ଷେପ ନିଆଯାଇଛି ।

Leave A Reply

Your email address will not be published.