ବାଟଲା ହାଉସ ଏନକାଉଣ୍ଟର: ଅଭିଯୁକ୍ତ ଅରିଜ ଖାନକୁ ଫାଶୀ ଦଣ୍ଡ

ବହୁ ଚର୍ଚ୍ଚିତ ବାଟଲା ହାଉସ ଏନକାଉଣ୍ଟରକୁ ନେଇ ଦିଲ୍ଲୀର ସାକେତ କୋର୍ଟ ଆଜି ନିଜ ରାୟ ଶୁଣାଇଛନ୍ତି। କୋର୍ଟ ଭାରତୀୟ ମୁଜାହିଦ୍ଦିନ ଆତଙ୍କବାଦୀ ଅରିଜ ଖାନଙ୍କୁ ମାର୍ଚ୍ଚ ୮ରେ ଦୋଷୀ ସାବ୍ୟସ୍ତ କରିଥିବା ବେଳେ ଆଜି ଅରିଜର ଦଣ୍ଡ ଘୋଷଣା କରାଯାଇଛି। ବଟଲା ହାଉସ ଏନକାଉଣ୍ଟର ମାମଲାରେ ସାକେତ କୋର୍ଟ ଅରିଜକୁ ଫାଶୀ ଦଣ୍ଡ ଦେଇଛନ୍ତି।ଉଲ୍ଲେଖଯୋଗ୍ୟ, ୨୦୦୮ରେ ଦିଲ୍ଲୀରେ ବାଟଲା ହାଉସରେ ହୋଇଥିବା ଏନକାଉଣ୍ଟର ପରେ ଅରିଜ ଖାନ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲା, ହେଲେ ୨୦୧୮ମସିହାରେ ନେପାଳରୁ ତାକୁ ଦିଲ୍ଲୀ ପୁଲିସର ସ୍ପେଶାଲ୍ ସେଲ୍ ଗିରଫ କରିଥିଲା। ୨୦୦୮ରେ ହୋଇଥିବା ଏନକାଉଣ୍ଟର ସମୟରେ ଇନସ୍ପେକ୍ଟର ମୋହନ ଚାନ୍ଦ ଶର୍ମାଙ୍କର ମୃତ୍ୟୁ ହୋଇଥିଲା। ଜାମିଆ ନଗରରେ ହୋଇଥିବା ଏନକାଉଣ୍ଟର ସମୟରେ ଅରିଜ ଖାନ ଅନ୍ୟ ଚାରିଜଣଙ୍କ ସହ ବାଟଲା ହାଉସରେ ଉପସ୍ଥିତ ଥିବା ଦିଲ୍ଲୀ ପୁଲିସ ଦାବି କରିଥିଲା।

Leave A Reply

Your email address will not be published.