ଗାଁରେ କୋଭିଡ ପରିଚାଳନା କମିଟିକୁ ସକ୍ରିୟ କରାଯିବ

ରାଜ୍ୟରେ କରୋନା ସଂକ୍ରମଣ ଦିନକୁ ଦିନ ବଢ଼ିବାରେ ଲାଗିଛି। କିଛି ଦିନର କରୋନାରୁ ତ୍ରାହି ପରେ ପୁଣି ଡ଼ରାଇବା ଆରମ୍ଭ କଲାଣି ଅଦୃଶ୍ୟ ରାକ୍ଷସ। ପ୍ରଥମେ କଟକର କଲେଜ, ଆଶ୍ରମ ଏବଂ ସ୍କୁଲରୁ କରୋନା ପଜିଟିଭ ଚିହ୍ନଟ ହେବା ପରେ ଏବେ ଭୁବନେଶ୍ୱରର XIMB କଲେଜରୁ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଜଣେ କି ଦୁଇଜଣ ନୁହେଁ । ଏକାଥରକରେ ୪୫ ଜଣ ସଂକ୍ରମିତ ଚିହ୍ନଟ ହୋଇଥିବା ସୂଚନା ମିଳିଛି। ଏଭଳି ଖବର ପରେ ରାଧାନୀରେ ଲୋକମାନଙ୍କର ଚିନ୍ତାର କାରଣ ପାଲଟିଛି କରୋନା।

gpkandhamal

ସେପଟେ ସଂକ୍ରମିତ ଚିହ୍ନଟ ହେବା ପରେ ସେମାନଙ୍କ ଟ୍ରାଭେଲ ହିଷ୍ଟ୍ରି ଟ୍ରାକ୍‌ ହୋଇଛି। ମୁଖ୍ୟତଃ ବାହାର ରାଜ୍ୟରୁ ଆସିଛନ୍ତି ସଂକ୍ରମିତ ହୋଇଥିବା ଛାତ୍ରଛାତ୍ରୀ। ଆସନ୍ତାକାଲି ଏନେଇ ମୁଖ୍ୟମନ୍ତ୍ରୀ ସମୀକ୍ଷା କରିବେ। ପୁଣି ଥରେ ସରପଞ୍ଚ, ଓ୍ୱାର୍ଡ ମେମ୍ବର, ଆଶାକର୍ମୀ ଓ ଅଙ୍ଗନବାଡିକୁ ଦାୟିତ୍ୱ ଦିଆଯିବ। ଯେଉଁମାନେ ଗାଁକୁ ବାହାରରୁ ଆସୁଥିବା ଲୋକଙ୍କ ଉପରେ ନଜର ରଖିବେ। ଗାଁର କୋଭିଡ ପରିଚାଳନା କମିଟିକୁ ପୁଣି ସକ୍ରିୟ କରାଯିବ। DGଙ୍କୁ ନିର୍ଦ୍ଦେଶ ଦିଆଯାଇଛି ବ୍ୟବସାୟିକ ପ୍ରତିଷ୍ଠାନ ଓ ମଲରେ କଡ଼ାକଡ଼ି ନିୟମ ପାଳନ ଉପରେ ନଜର ରଖିବାକୁ। ତେବେ ଆଗାମି ଦିନରେ ସ୍ଥିତିକୁ ନଜରରେ ରଖି ପୁଣିଥରେ ଲକଡାଉନ କି ଅନ୍ୟ ଦିଗ ଉପରେ ନିଷ୍ପତ୍ତି ନିଆଯିବ ବୋଲି SRC ପ୍ରଦୀପ ଜେନା କହିଛନ୍ତି।

Umasankar Adv
Leave A Reply

Your email address will not be published.