‘କ୍ୟାପସୁଲ୍ ଭ୍ୟାକ୍ସିନ’ ତିଆାରି କଲା ଭାରତୀୟ କମ୍ପାନୀ

ଆଗାମୀ ଭବିଷ୍ୟତରେ ଜନସାଧାରଣଙ୍କୁ ଇଞ୍ଜେକସନ୍ ଜରିଆରେ ଆଉ କରୋନା ଟିକା ନେବାକୁ ପଡିବନି ।  କାରଣ ଭାରତରେ ନିର୍ମାଣ ହେବାକୁ ଯାଉଛି ‘କ୍ୟାପସୁଲ୍ ଭ୍ୟାକ୍ସିନ୍’ । ଯାହାକୁ ବିକଶିତ କରିବେ  ଭାରତୀୟ ଓ ଆମେରିକୀୟ କମ୍ପାନୀ । ଏହାକୁ ତିଆରି କରୁଥିବା ଭାରତୀୟ କମ୍ପାନୀର ‘ପ୍ରେମାସ ବାୟୋଟେକ୍’।ଆମେରିକୀୟ ଔଷଧ ନିର୍ମାଣ କମ୍ପାନୀ ଓରୋମେଡ ଫାର୍ମାସ୍ୟୁଟିକଲ୍ସ ସହ ଭାରତୀୟ ଫାର୍ମା କମ୍ପାନୀ ପ୍ରେମାସ ବାୟୋଟେକ୍ ମିଶି ଏହି ଭ୍ୟାକ୍ସିନ୍ ତିଆରି କରୁଛନ୍ତି । ଏହି ଦୁଇ କମ୍ପାନୀ ଗତ ମାର୍ଚ୍ଚ ୧୯ ତାରିଖରେ କରୋନାଭାଇରସର ଓରାଲ୍ ଭ୍ୟାକ୍ସିନ ତିଆରି କରିବାକୁ ଘୋଷଣା କରିଛନ୍ତି । ଏହାର ଗୋଟିଏ ଡୋଜ୍ କରୋନାକୁ ମାତ୍ ଦେବାକୁ ସକ୍ଷମ ହେବ ବୋଲି କମ୍ପାନୀ ପକ୍ଷରୁ ଦାବି କରାଯାଇଛି । ଏହା ଅଧିକ ଫଳପ୍ରଦ ମଧ୍ୟ ।

Leave A Reply

Your email address will not be published.