ଏଥର ବି କରୋନା କଟକଣାରେ ପାଳନ ହେବ ‘ଇଦ୍‌’ ପର୍ବ

ଏବେ ପୁରା ଦେଶରେ କରୋନାର କହର ଜାରି ରହିଛି । ପ୍ରଥମ ଲହର ଭଳି ଦ୍ୱିତୀୟ ଲହର ବି ଦେଶର ସବୁ ପର୍ବ ପର୍ବାଣୀକୁ ଫିକା କରିଦେଇଛି । ଗତ ବର୍ଷ ଭଳି ଏବର୍ଷ ବି କରୋନା କଟକଣା ମଧ୍ୟରେ ପାଳନ ହେବ ଇଦ୍ ପର୍ବ ।  କେବଳ ରୀତିନୀତି ବଜାୟ ରଖିବା ପାଇଁ ମସଜିଦ୍ ମାନଙ୍କରେ ନମାଜ ପାଠ କରିବାର ଅନୁମତି ମିଳିଛି ମାତ୍ର ଏକାସାଙ୍ଗରେ କେବଳ ୫ ଜଣ ହିଁ ନମାଜ ପାଠ କରିପାରିବେ । ଆସନ୍ତା କାଲି ଦେଶରେ ଇଦ୍ ପର୍ବ ପାଳନ ହେବାକୁ ଯାଉଛି । ରମଜାନ୍ ମାସ ଶେଷ ହୋଇଥିଲେ ବି ଦେଶର କୌଣସି ସ୍ଥାନରେ ଚାନ୍ଦ ଦେଖାଯାଇନଥିବାରୁ ଆସନ୍ତା କାଲି ଅର୍ଥାତ୍ ଶୁକ୍ରବାର ଇଦ୍ ପର୍ବ ପାଳନ କରାଯିବ ବୋଲି ଅଞ୍ଜୁମାନ ଇସଲାମିଆ ସୁନ୍ନତ ଅଲ ଜମାତର ଚାନ୍ଦ କମିଟି ପକ୍ଷରୁ ଘୋଷଣା କରାଯାଇଛି । ତେବେ କରୋନା ମହାମାରୀ ମଧ୍ୟରେ ସରକାରଙ୍କ ଦ୍ୱାରା ଜାରି ସମସ୍ତ ଗାଇଡ୍ ଲାଇନ୍ସ କୁ ପାଳନ କରି ଘରେ ରହି ଇଦ୍ ପାଳନ କରିବାକୁ କମିଟି ପକ୍ଷରୁ ସମସ୍ତ ମୁସଲମାନ ଭାଇ ଭଉଣୀ ମାନଙ୍କୁ ନିବେଦନ କରାଯାଇଛି ।

Leave A Reply

Your email address will not be published.