ମୋବାଇଲ ଭ୍ୟାନରେ ବି କରାଯାଉଛି କରୋନା ଟେଷ୍ଟ

ରାଜ୍ୟରେ ନୂଆ କରୋନା ମାମଲାରେ ବ୍ରେକ୍ ଲାଗୁ ନଥିବା ବେଳେ ଗଞ୍ଜାମ ଜିଲ୍ଲାରେ ବି କରୋନା ଆତଙ୍କ ବଢିବାରେ ଲାଗିଛି । ପୂର୍ବ ବର୍ଷ ଭଳି ଏବର୍ଷ କରୋନାର ଦ୍ୱିତୀୟ ଲହରୀରେ ଯେପରି ଗଞ୍ଜାମ ଜିଲ୍ଲା ସେତେ ମାତ୍ରାରେ ପ୍ରଭାବିତ ନହେଉ ସେଥିପାଇଁ ତତ୍ପର ହୋଇ ଉଠିଛି ଗଞ୍ଜାମ ଜିଲ୍ଲା ପ୍ରଶାସନ । ଏବେ ଜିଲ୍ଲାରେ ଟେଷ୍ଟିଂକୁ ଅଧିକ ଗୁରୁତ୍ୱ ଦିଆଯାଉଥିବା ବେଳେ ଟେଷ୍ଟିଂ ବଢାଇବା ଓ ଟେଷ୍ଟିଂ କେନ୍ଦ୍ର ଗୁଡିକରେ ଭିଡ଼ କମାଇବା ପାଇଁ ଗଞ୍ଜାମ ଜିଲ୍ଲା ପ୍ରଶାସନ ପକ୍ଷରୁ ନିଆରା ପଦକ୍ଷପ ନିଆଯାଇଛି । ଏବେ ମୋବାଇଲ ଭ୍ୟାନ ଯୋଗେ ଗଞ୍ଜାମର ବିଭିନ୍ନ ଅଞ୍ଚଳରେ କୋଭିଡ୍ ଟେଷ୍ଟ କରାଯାଉଛି ।  ଏବେ ଗଞ୍ଜାମ ବାସୀ କରୋନା ଟେଷ୍ଟ ପାଇଁ କେବଳ ହସ୍ପିଟାଲ ଯିବା ଆବଶ୍ୟକ ନୁହେଁ ବିଭିନ୍ନ ସ୍ଥାନରେ ମୋବାଇଲ ଭ୍ୟାନ ଯୋଗେ କରାଯାଉଥିବା ଟେଷ୍ଟିଂ ଦ୍ୱାରା ମଧ୍ୟ ନିଜର କରୋନା ଟେଷ୍ଟ କରାଇ ପାରିବେ । ତେବେ ଏହି ସୁବିଧାକୁ ଆଗକୁ ଆହୁରି ତ୍ୱରାନିତ୍ୱ କରାଯିବ ବୋଲି ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ ସୂଚନା ଦେଇଛନ୍ତି । ପୂର୍ବ ବର୍ଷ ଅପେକ୍ଷା ଏବେ ଗଞ୍ଜାମର ସ୍ଥିତି ଅପେକ୍ଷାକୃତ ଭଲ ରହିଛି । ଗତ କିଛଇ ଦିନର ଟ୍ରେଣ୍ଡ ଅନୂଯାଇ ଏବେ ଗଞ୍ଜା ମଜିଲ୍ଲାରେ ଦୈନିକ ସଂକ୍ରମଣ ହାର ୫୦୦ ତଳେ ରହୁଛି ।

Leave A Reply

Your email address will not be published.