ବାଲିସାହି ପୋଲିସକୁ ଆକ୍ରମଣ ଅଭିଯୋଗରେ ୬୭ ଜଣ ଗିରଫ

କଟକରେ କାଳବୈଶାଖୀ ବର୍ଷା ପବନରେ ନୂଆପଡ଼ା ବାଲିସାହିରେ ବସ୍ତି ବାସିନ୍ଦାଙ୍କ ଟେଣ୍ଟ ଭାଙ୍ଗିବା ପରେ ଭାଙ୍ଗିଯିବା ଘଟଣାରେ ଲୋକେ ଉତ୍ତ୍ୟକ୍ତ ହୋଇ ପୋଲିସକୁ ଆକ୍ରମଣ କରିଥିବା ଜଣାପଡିଛି । କଟକ ମହାନଗର କର୍ମଚାରୀ ଓ ପୋଲିସ ଉପରେ ଆକ୍ରମଣ ସହିତ ଗାଡ଼ି ଭଙ୍ଗାରୁଜା ଘଟଣାରେ ୬୭ ଜଣ ବସ୍ତି ବାସିନ୍ଦାଙ୍କୁ ଗିରଫ କରାଯାଇଛି । ଆକ୍ରମଣ ଅଭିଯୋଗରେ ମଧୁପାଟଣା ଥାନା ପୋଲିସ ସେମାନଙ୍କୁ ଗିରଫ କରିଛି । ସେମାନଙ୍କ ଭିତରେ ୧୫ ଜଣ ମହିଳା ଅଛନ୍ତି । ୬୭ ଜଣଙ୍କ ନାଁରେ ମଧୁପାଟଣା ଥାନାରେ ମାମଲା ରୁଜୁ ହୋଇଛି । ନିକଟରେ ହୋଇଥିବା କାଳବୈଶାଖୀଜନିତ ବର୍ଷା ପବନରେ ବାଲିସାହିରେ ବସ୍ତି ବାସିନ୍ଦାଙ୍କ ଅସ୍ଥାୟୀ ଟେଷ୍ଟ ଉଡ଼ିଯିବା ସହ ଭାଙ୍ଗି ଯାଇଥିଲା । ପରେ ସେଠାରେ ସିଏମସି ଓ ପୋଲିସ ଗାଡ଼ି ଭଙ୍ଗାରୁଜା କରିଥିଲେ । ଯାହାକୁ ଲୋକେ ବିରୋଧ କରିବା ସହ ସେଠାରେ ପୋଲିସ ଓ ଲୋକଙ୍କ ମଧ୍ୟରେ ହାତାହାତି ପରିସ୍ଥିତି ସୃଷ୍ଟି ହୋଇଥିଲା । ଦୀର୍ଘ ସମୟ ପର୍ଯ୍ୟନ୍ତ ସେଠାରେ ଏହି ଉତ୍ତେଜନାମୂଳକ ପରିସ୍ଥିତି ସୃଷ୍ଟି ହୋଇଥିଲେ ପରେ ପୋଲିସ କିଛି ଆକ୍ରମଣକାରୀଙ୍କୁ ଗିରଫ କରିଛି ।

Leave A Reply

Your email address will not be published.