ପିଏମ କିଷାନ ସମ୍ମାନ ନିଧି ଯୋଜନା, ୯.୫ କୋଟି ଚାଷୀଙ୍କ ଖାତାକୁ ଗଲା ୧୯ ହଜାର କୋଟି ଟଙ୍କା

ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପିଏମ କିଷାନ ସମ୍ମାନ ନିଧି ଯୋଜନା ମାଧ୍ୟମରେ ଦେଶର ୯.୫ କୋଟି ଚାଷୀଙ୍କୁ ସହାୟତା ଆର୍ଥିକ ରାଶି ପ୍ରଦାନ କରିଛନ୍ତି । ଆଜି ପିଏମ କିଷାନ ଯୋଜନାର ଅଷ୍ଟମ କିସ୍ତି ପ୍ରଦାନ କରିଛନ୍ତି । କୃଷକଙ୍କ ଖାତାକୁ ମୋଟ ୧୯ ହଜାର କୋଟି ସହାୟତା ରାଶି ଯାଇଛି । ପିଏମ-କିଷାନ ଯୋଜନାରେ କେନ୍ଦ୍ର ସରକାର ଯୋଗ୍ୟ କୃଷକ ପରିବାରକୁ ବାର୍ଷିକ ୬ ହଜାର ଟଙ୍କା ଆର୍ଥିକ ସୁବିଧା ପ୍ରଦାନ କରୁଛନ୍ତି । ବର୍ଷକୁ ୨ ହଜାର ଲେଖାଏଁ ତିନୋଟି କିସ୍ତିରେ ୬ ହଜାର ଟଙ୍କା ଦେଇଥାନ୍ତି । ଏହି ପାଣ୍ଠି ହିତାଧିକାରୀଙ୍କ ବ୍ୟାଙ୍କ ଆକାଉଣ୍ଟକୁ ସିଧାସଳଖ ସ୍ଥାନାନ୍ତରିତ ହୁଏ । ପୂର୍ବରୁ ପିଏମ-କିଷାନ ଯୋଜନାରେ ୧୦ କୋଟି ୭୫ ଲକ୍ଷରୁ ଅଧିକ ଚାଷୀଙ୍କ ବ୍ୟାଙ୍କ ଆକାଉଣ୍ଟକୁ ୧.୧୫ ଲକ୍ଷ କୋଟିରୁ ଅଧିକ ଟଙ୍କା ପ୍ରଦାନ କରିଛନ୍ତି। ଏହି ଟଙ୍କା ପ୍ରତ୍ୟେକ ବର୍ଷ ୪ ମାସ ଅନ୍ତରରେ ୩ଟି କିସ୍ତିରେ ଆସୁଛି । ସପ୍ତମ କିସ୍ତି ଗତବର୍ଷ ୨୫ ଡିସେମ୍ବରରେ ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳବିହାରୀ ବାଜପେୟୀଙ୍କ ଜୟନ୍ତୀରେ ପଠାଯାଇଥିଲା । ୨୦୧୯ ଫେବ୍ରୁଆରୀ ୨୪ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଉତ୍ତର ପ୍ରଦେଶର ଗୋରଖପୁରରୁ ଏହି ଯୋଜନାର ଆରମ୍ଭ କରିଥିଲେ।

Leave A Reply

Your email address will not be published.