କୋଭିଡ ମୁକାବିଲା ଲାଗି ରାଜ୍ୟସରକାରଙ୍କ ସର୍ବଦଳୀୟ ବୈଠକ

କୋଭିଡ ମୁକାବିଲା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସର୍ବଦଳୀୟ ବୈଠକ ଡାକିଛନ୍ତି । ଆସନ୍ତା ୧୭ ତାରିଖରେ ବିଧାନସଭାର ସମ୍ମିଳନୀ କକ୍ଷରେ ସମସ୍ତ ବିଧାୟକଙ୍କ ସହ ଆଲୋଚନା କରିବେ ମୁଖ୍ୟମନ୍ତ୍ରୀ। ଆଲୋଚନାରେ ସମସ୍ତ ବିଧାୟକଙ୍କ ସହ ଭିଡିଓ କନଫରେନ୍ସିଂ ଜରିଆରେ ମୁଖ୍ୟମନ୍ତ୍ରୀ ସାମିଲ ହେବେ । ବୈଠକ ପାଇଁ ବିଧାନସଭାର ନୂତନ ସମ୍ମିଳନୀ କକ୍ଷ ଓ ଜିଲ୍ଲାସ୍ତରରେ ବ୍ୟବସ୍ଥା କରାଯାଇଥିବା ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ସୂଚନା ଦେଇଛନ୍ତି । ଭୁବନେଶ୍ବରର କିଛି ସ୍ଥାନରେ ମଧ୍ୟ ବ୍ୟବସ୍ଥା କରାଯାଇଛି । ସମସ୍ତ ବିଧାୟକ ମାନେ ବୈଠକରେ ନିଜ ଅଞ୍ଚଳର କୋଭିଡ ସ୍ଥିତି ସମ୍ପର୍କରେ ଆଲୋଚନା କରିବେ । ୨ୟ ଓ ୩ୟ ଲହରୀ ପାଇଁ ସରକାର କ’ଣ ପ୍ରସ୍ତୁତ କରିଛନ୍ତି ସେନେଇ ବୈଠକରେ ଆଲୋଚନା ହେବା ଆବଶ୍ୟକ ବୋଲି କଂଗ୍ରେସର ବରିଷ୍ଠ ନେତା ନରସିଂହ ମିଶ୍ର ଦାବି କରିଥିଲେ ।

Leave A Reply

Your email address will not be published.