ଜେଲ ରେ ବଢୁଛି ସଂକ୍ରମଣ

ରାଜ୍ୟରେ କରୋନା ଗ୍ରାଫ ଉପରମୁହାଁ ଥିବା ବେଳେ ଚାରିଆଡେ ସଂକ୍ରମଣର ଭୟ । ଏମିତି କି ଜେଲ ଭିତରେ ବି ବଢୁଛି ସଂକ୍ରମଣର ଭୟ । ରାଜ୍ୟର ବିଭିନ୍ନ ଜେଲ ଭିତରେ କଏଦୀ ମାନଙ୍କ ରିପୋର୍ଟ କରୋନା ପଜିଟିଭ୍ ଆସିବା ଏବେ ଜେଲ ଅନ୍ତେବାସୀଙ୍କ ସୁରକ୍ଷା ଓ ସଂକ୍ରମଣ ଦୃଷ୍ଟିରୁ ଚିନ୍ତା ବଢାଇଛି । ଗତ କାଲି ବ୍ରହ୍ମପୁର ମଣ୍ଡଳ କାରଗାରରୁ ବହୁ କଏଦୀ କରୋନା ପଜିଟିଭ୍ ଚିହ୍ନଟ ହୋଇଥିବା ବେଳେ ଆଜି ଝାରସୁଗୁଡା ସବଜେଲ୍ ରେ ବି ପଶିଛି କରୋନା । ଝାରସୁଗୁଡା ସବଜେଲ୍ ରେ ୬୮ କଏଦୀ କରୋନା ପଜିଟିଭ୍ ଚିହ୍ନଟ ହୋଇଥିବା ଜେଲରଙ୍କ ପକ୍ଷରୁ ସୂଚନା ଦିଆଯାଇଛି । ଉପକାରଗାରରେ ମୋଟ୍ ୨୮୨ କଏଦୀଙ୍କ କୋଭିଡ୍ ଟେଷ୍ଟ କରାଯାଇଥିବା ବେଳେ ଏମାନଙ୍କ ମଧ୍ୟରୁ ୬୮ ଜଣଙ୍କ ରିପୋର୍ଟ ଆଜି ପଜିଟିଭ୍ ଆସିଛି । ପଜିଟିଭ୍ ଚିହ୍ନଟ ହୋଇଥିବା କଏଦୀ ମାନଙ୍କୁ ଜେଲ୍ ଭିତରେ ତିଆରି ହୋଇଥିବା ୨ ଟି ଆଇସୋଲେସନ୍ ୱାର୍ଡରେ ରଖାଯାଇଛି । ସେମାନଙ୍କୁ ବର୍ତମାନ ସେହିଠାରେ ହିଁ ଚିକିତ୍ସା ଯୋଗାଇ ଦିଆଯିବ ଏବଂ ଆବଶ୍ୟମ ପଡିଲେ ସେମାନଙ୍କୁ ଅଧିକ ଚିକିତ୍ସା ପାଇଁ ଡାକ୍ତରଖାନାରେ ଭର୍ତ୍ତି କରାଯିବ ବୋଲି ଜେଲ କର୍ତ୍ତୃପକ୍ଷଙ୍କ ଠାରୁ ସୂଚନା ମିଳିଛି ।

Leave A Reply

Your email address will not be published.