ବାତ୍ୟା ‘ତାଉ-ତେ’ ଭୟରେ କୋଭିଡ୍ ହସ୍ପିଟାଲରୁ ୫୮୦ କରୋନା ରୋଗୀଙ୍କୁ ସ୍ଥାନାନ୍ତର

 ଆସୁଛି ସାମୁଦ୍ରିକ ଝଡ ‘ତାଉ-ତେ’ । ବାତ୍ୟାକୁ ନେଇ ଚାରିଆଡେ ଜାରି ହୋଇଛି ହାଇ ଆଲର୍ଟ । ଗୁରୁରାଟ ରେ ବାତ୍ୟା ଲ୍ୟାଣ୍ଡଫଲ କରିବାକୁ ଥିବା ବେଳେ ଏହା ମୁମ୍ବାଇ ଉପକୂଳବର୍ତ୍ତୀ ଅଞ୍ଚଳ ଦେଇ ଗତି କରିବାର ସମ୍ଭାବନା ରହିଛି ତେଣୁ ମୁମ୍ବାଇ ର ଅନେକ ଅଞ୍ଚଳରେ ୬୦-୮୦ କିମି ବେଗରେ ପବନ ବହିବାର ସମ୍ଭାବନା ରହିଛି । ଏହାକୁ ଦୃଷ୍ଟିରେ ରଖି ମୁମ୍ବାଇ ତଟବର୍ତ୍ତୀ ଅଞ୍ଚଳରେ ଥିବା କୋଭିସ୍ ହସ୍ପିଟାଲ ଗୁଡିକରୁ ରୋଗୀ ମାନଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତରଣ କରାଯାଇଛି । ସୂଚନା ଅନୁସାରେ ବହନ ମୁମ୍ବାଇ କୋଭିଡ୍ କେୟାର ସେଣ୍ଟରରୁ ପ୍ରାୟ ୫୮୦ କରୋନା ରୋଗୀଙ୍କୁ ସ୍ଥାନାନ୍ତରୀତ କରାଯାଇଛି । ବର୍ତମାନ ମୁମ୍ବାଇରେ ଲକ୍‌ଡାଉନ୍ ଜାରି ରହିଥିବା ବେଳେ ତଟବର୍ତ୍ତୀ ଅଞ୍ଚଳ ଗୁଡିକରୁ ଅନ୍ୟ ଲୋକ ମାନଙ୍କୁ କିପରି ସୁରକ୍ଷିତ ଭାବରେ ଅନ୍ୟତ୍ର ସ୍ତାନାନ୍ତର କରାଯିବ ସେ ନେଇ ଡିଜାଷ୍ଟର ମାନେଜମେଈ୍‌ଟ ଅଧିକାରୀ ମାନେ ପ୍ରୟାସ ଆରମ୍ଭ କରିଦେଇଛନ୍ତି ।

Leave A Reply

Your email address will not be published.