ଭୂବନେଶ୍ୱରରୁ ଦୈନିକ ସର୍ବାଧିକ ୧୩୫୩ ସଂକ୍ରମଣ ଚିହ୍ନଟ

ଆଜି ରାଜଧାନୀରେ ଭୁବନେଶ୍ୱରରେ ରେକର୍ଡ ୧୩୫୩ ଜଣ କରୋନା ସଂକ୍ରମଣ ଚିହ୍ନଟ ହୋଇଛନ୍ତି । ରାଜ୍ୟରେ ଏବେ ଦୈନିକ ସଂକ୍ରମଣ ସାମାନ୍ୟ ରହିଥିଲା ବେଳେ ରାଜଧାନୀରେ ଦୈନିକ ସଂକ୍ରମଣରେ ଆଜି ବୃଦ୍ଧୀ ଘଟିଛି। ଗତ ୨୪ଘଣ୍ଟା ଭିତରେ ସଂକ୍ରମିତଙ୍କ ସଂଖ୍ୟା ୧୩୫୩ ଥିବା ବେଳେ ସେଥି ମନ୍ଧ୍ୟରୁ ୧୧୩୫ ଜଣ ସ୍ଥାନୀୟ ଅଞ୍ଚଳରୁ ଚିହ୍ନଟ ହୋଇଛନ୍ତି ଏବଂ ୨୧୮ ଜଣ କ୍ୱାରେଣ୍ଟାଇନରୁ ଚିହ୍ନଟ ହୋଇଛନ୍ତି ।  ଗତ ୨୪ ଘଣ୍ଟାର ୧୩୫୩ ନୁଆ ସଂକ୍ରମଣକୁ ମିଶାଇ ରାଜଧାନୀରେ ସକ୍ରିୟ ସଂକ୍ରମଣ ସଂଖ୍ୟା ଏବେ ୧୨,୯୦୬ ରେ ପହଁଚିଥିବା ବେଳେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୬୧,୬୩୪ ରେ ପହଁଚିଛି । ସେହିପରି ଶେଷ ୨୪ଘଣ୍ଟାରେ ୯୩୮ ଜଣ ସୁସ୍ଥ ହୋଇଛନ୍ତି, ଏହାକୁ ମିଶାଇ ଏ ପର୍ଯ୍ୟନ୍ତ ମୋଟ ୪୯,୨୨୪ ରେ ପହଁଚିଛି । ତେବେ ଗତ ୨୪ଘଣ୍ଟା ଭିତରେ ପୁଣି ଦୁଇ ଜଣଙ୍କର ମୃତ୍ୟୁ ଘଟି ରାଜଧାନୀରେ କରୋନାରେ ମୃତକଙ୍କ ସଂଖ୍ୟା ୨୯୩ ରେ ପହଁଚିଛି।  ତେବେ ୧୩୫୩ ଜଣ ସଂକ୍ରମିତଙ୍କ ଭିତରୁ ୧୧୩୫ ଜଣ ସ୍ଥାନୀୟ ଅଚଂଳରୁ ଚିହ୍ନଟ ହୋଇଥିଲା ବେଳେ ୨୧୮ଜଣ କ୍ୱାରେଣ୍ଟାଇନରୁ ଚିହ୍ନଟ ହୋଇଛନ୍ତି । ଆଜି ଦିଆ ଯାଇଥିବା ସୂଚନା ଅନୁଯାୟୀ ପଟିଆରୁ ସର୍ବାଧିକ ୧୧୬ ନୟାପଲୀରୁ ୯୨, ଓଲ୍ଡ ଟାଉନରୁ ୬୬,ଖଣ୍ଡଗିରି ରୁ ୫୨, ଚନ୍ଦ୍ରଶେଖରପୁରରୁ ୩୪ , ଝାରପଡା ୪୨, ଖଣ୍ଡଗିରି ୪୫,ଡୁଣ୍ଡୁମା ୪୫ ,ରସୁଲଗଡରୁ ୪୩, ବରମୁଣ୍ଡା ୩୩, ଶହିଦ ନଗର ୪୨,ଡୁଣ୍ଡୁମା ରୁ ୪୨, ୟୁନିଟ-୯ ରୁ ୩୦, ଲକ୍ଷ୍ମି ସାଗର ରୁ ୬୧ ଆଦି ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।

Leave A Reply

Your email address will not be published.