ନେପାଳର ରାଷ୍ଟ୍ରପତି ଭଙ୍ଗ କଲେ ସଂସଦ

ନେପାଳର ରାଷ୍ଟ୍ରପତି ବିଦ୍ୟାଦେବୀ ଭଣ୍ଡାରୀ ଶୁକ୍ରବାର ମଧ୍ୟରାତ୍ରିରେ ସଂସଦ ଭଙ୍ଗ କରି ନଭେମ୍ବର ୧୨ ଓ ୧୯ରେ ଅନ୍ତରୀଣ ନିର୍ବାଚନ କରିବାକୁ ଘୋଷଣା କରିଥିଲେ। ସଂସଦ ଭଙ୍ଗ କରିବାକୁ ପ୍ରଧାନମନ୍ତ୍ରୀ କେ.ପି ଶର୍ମା ଓଲିଙ୍କ ସୁପାରିଶକୁ ସମର୍ଥନ କରି ନେପାଳ ରାଷ୍ଟ୍ରପତି ଏହି ଘୋଷଣା କରିଛନ୍ତି। ରାଷ୍ଟ୍ରପତିଙ୍କ କାର୍ଯ୍ୟାଳୟରୁ ଗଣମାଧ୍ୟମକୁ ଦିଆଯାଇଥିବା ବିବୃତ୍ତିରେ କୁହାଯାଇଛି ଯେ ନେପାଳର ସମ୍ବିଧାନର ଧାରା ୭୬ (୭) ଆଧାରରେ ସଂସଦ ଭଙ୍ଗ କରାଯାଇଛି ଏବଂ ଅନ୍ତରୀଣ ନିର୍ବାଚନ ତାରିଖ ଘୋଷଣା କରାଯାଇଛି। ମନ୍ତ୍ରୀ ପରିଷଦ ପ୍ରଥମ ପର୍ଯ୍ୟାୟରେ ୧୨ ନଭେମ୍ବରରେ ଏବଂ ଦ୍ୱିତୀୟ ପର‌୍ୟ୍ୟାୟ ୧୯ ନଭେମ୍ବରରେ ନିର୍ବାଚନ କରିବାକୁ ସୁପାରିଶ କରିଥିଲା। ଶୁକ୍ରବାର ନେପାଳର ରାଜନୈତିକ ସଙ୍କଟ ଏକ ନାଟକୀୟ ମୋଡ଼ ନେଇଛି ଯେତେବେଳେ ଉଭୟ ପ୍ରଧାନମନ୍ତ୍ରୀ କେ.ପି ଶର୍ମା ଓଲି ଏବଂ ବିରୋଧୀ ଦଳ ରାଷ୍ଟ୍ରପତିଙ୍କ ନିକଟରେ ସାଂସଦଙ୍କ ଦସ୍ତଖତ ସହିତ ଏକ ଚିଠି ଦାଖଲ କରି ନୂତନ ସରକାର ଗଠନ କରିବାକୁ ଦାବି କରିଛନ୍ତି।

Leave A Reply

Your email address will not be published.