ରାଜ୍ୟରେ କରୋନାର ଦୈନିକ ସଂକ୍ରମଣ କମିଥିଲେ ସୁଦ୍ଧା ମୃତ୍ୟୁ ସଂଖ୍ୟାରେ କୌଣସି ବ୍ରେକ୍ ଲାଗୁନି। ଗତ ୨୪ ଘଣ୍ଟାରେ ୩୪ ଜଣଙ୍କ ମୃତ୍ୟୁ ହୋଇଛି । ଏହାକୁ ମିଶାଇ ରାଜ୍ୟରେ ମୋଟ କରୋନାଜନିତ ମୃତ୍ୟୁ ସଂଖ୍ୟା ୨୬୧୮କୁ ବୃଦ୍ଧି ପାଇଛି। ସେହିପରି ଅନୁଗୁଳ ଜିଲ୍ଲାରୁ ସର୍ବାଧିକ ୫ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ କଳାହାଣ୍ଡି ଓ ଖୋର୍ଦ୍ଧା ଜିଲ୍ଲାରୁ ୪, ବୌଦ୍ଧ, ନୂଆପଡ଼ା ଓ ସୁନ୍ଦରଗଡ଼ରୁ ୩ ଲେଖାଏଁ, ଗଜପତି, ଝାରସୁଗୁଡ଼ା, କେନ୍ଦ୍ରାପଡ଼ା, ନବରଙ୍ଗପୁର ଓ ରାୟଗଡ଼ାରୁ ୨ ଲେଖାଏଁ, ଢେଙ୍କାନାଳ ଓ ପୁରୀ ଜିଲ୍ଲାରୁ ଜଣେ ଲେଖାଏଁ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି ।