ଆଜି ଆକାଶ ମାର୍ଗରୁ ମୁଖ୍ୟମନ୍ତ୍ରୀଙ୍କ ଏରିଏଲ ଭ୍ୟୁ

ଆଜି ଆକାଶ ମାର୍ଗରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବାତ୍ୟା ପ୍ରଭାବିତ ଅଞ୍ଚଳ ବୁଲି ଦେଖିବେ । ଦିନ ସାଢେ ୧୨ଟାରେ ଏରିଏଲ ଭ୍ୟୁ କରିବେ ବୋଲି ସୂଚନା ମିଳିଛି । ରାଜ୍ୟର ବାତ୍ୟା ପ୍ରଭାବିତ ଅଞ୍ଚଳ ଯେପରିକି ବାଲେଶ୍ୱର, ଭଦ୍ରକ ଓ କେନ୍ଦ୍ରାପଡାରେ ପ୍ରାୟ ଏକ ଘଣ୍ଟା ସ୍ଥିତି ଅନୁଧ୍ୟାନ କରିବେ ବୋଲି ଚିଠିଲେଖି ସଂପୃକ୍ତ ଜିଲ୍ଲାର ଜିଲ୍ଲାପାଳମାନଙ୍କୁ ସୂଚନା ଦିଆଯାଇଛି । ବତ୍ୟା ପ୍ରଭାବିତ ଅଞ୍ଚଳର ସ୍ଥିତି ସମୀକ୍ଷା ପରେ କିଛି ସ୍ବତନ୍ତ୍ର ପ୍ୟାକେଜ ଘୋଷଣା ହୋଇପାରେ ବୋଲି ଜଣାପଡିଛି ।

Leave A Reply

Your email address will not be published.