ଇସ୍ତଫା ଦେବେ ଆମାଜନ ସିଇଓ ଜେଫ୍ ବେଜୋସ୍

ଆସନ୍ତା ଜୁଲାଇ ୫ ତାରିଖରେ ଆମାଜନ୍ ସିଇଓ ଜେଫ ବେଜୋସ୍ ପଦରୁ ଇସ୍ତଫା ଦେବେ ଓ ଆଣ୍ଡି ଜାସି ବିଧିବଦ୍ଧ ଭାବେ ଦାୟିତ୍ବ ଗ୍ରହଣ କରିବେ ଇଣ୍ଟରନେଟ୍ ବୁକ୍ ଷ୍ଟୋରରୁ ଏକ ଅନଲାଇନ୍ ସପିଂ ପର‌୍ୟ୍ୟନ୍ତ ଆମାଜନ ପରିସରକୁ ବୃଦ୍ଧି କରାଇଥିବା ବେଜୋସ୍ କହିଛନ୍ତି ଯେ ଆମାଜନ କାର‌୍ୟ୍ୟନିର୍ବାହୀ ଆଣ୍ଡି ଜାସି ଜୁଲାଇ ୫ ରେ ସିଇଓ ଦାୟିତ୍ବ ଗ୍ରହଣ କରିବେ। ଆମାଜନ ଶେୟାରହୋଲ୍ଡର ବୈଠକରେ ବେଜୋସ କହିଛନ୍ତି ଯେ ଆମେ ସେହି ତାରିଖକୁ କିଛି ମହତ୍ବପୂର୍ଣ୍ଣ ଉଦ୍ଦେଶ୍ୟରେ ଚୟନ କରିଛୁ । କାରଣ ଏହା ମୋ ପାଇଁ ଭାବପ୍ରବଣ ଦିନ ମଧ୍ୟରେ ଅନ୍ୟତମ । ସେ ସ୍ପଷ୍ଟ କରିଛନ୍ତି ଯେ ଠିକ୍ ୨୭ ବର୍ଷ ପୂର୍ବେ ସେହି ତାରିଖ ୧୯୯୪ ରେ ଆମାଜନ ପ୍ରତିଷ୍ଠା ହୋଇଥିଲା । ଆମାଜନ ଡଟ୍ ଇନ୍ ଘୋଷଣା କରିଛି ଯେ ଫେବୃଆରୀରେ ବେଜୋସ୍ ସିଇଓ ପଦରୁ ଇସ୍ତଫା ଦେବେ କିନ୍ତୁ ସେଥିଲାଗି ଏକ ନିର୍ଦ୍ଦିଷ୍ଟ ତାରିଖ ପ୍ରଦାନ କରିନାହାଁନ୍ତି। ଆଣ୍ଡି ଜେସି ତାଙ୍କ ବଦଳରେ କମ୍ପାନୀର କ୍ଲାଉଡ୍ କମ୍ପ୍ୟୁଟିଂ ବ୍ୟବସାୟ ଚଳାଉଛନ୍ତି ।

Leave A Reply

Your email address will not be published.