ସଂଗୀତ ନିର୍ଦ୍ଦେଶକ ଶାନ୍ତିରାଜ ଖୋସଲାଙ୍କ କରୋନାରେ ପରଲୋକ

ଲୋକପ୍ରିୟ ଓଡିଆ ସଂଗୀତ ନିର୍ଦ୍ଦେଶକ ଶାନ୍ତିରାଜ ଖୋସଲା ଆଜି କଟକସ୍ଥିତ ତାଙ୍କ ବାସଭବନରେ କରୋନାରେ ପ୍ରାଣ ହରାଇଛନ୍ତି । ଖବର ଅନୁଯାୟୀ, କରୋନା ପଜିଟିଭ୍ ଚିହ୍ନଟ ହେବା ପରେ ସେ ଏସସିବି କୋଭିଡ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ। ମୃତ୍ୟୁ ବେଳକୁ ତାଙ୍କୁ ୫୦ ବର୍ଷ ବୟସ ହୋଇଥିଲା। ଶାନ୍ତିରାଜ ତାଙ୍କ ଚଳଚ୍ଚିତ୍ର କ୍ୟାରିୟରରେ ଅନେକ ସୁପରହିଟ୍ ଓଡିଆ ସଂଗୀତ ରଚନା କରିଛନ୍ତି । ବିଶିଷ୍ଟ ସଂଗୀତ ନିର୍ଦ୍ଦେଶକ ୨୦ରୁ ଅଧିକ ଚଳଚ୍ଚିତ୍ର ଏବଂ ପ୍ରାୟ ୨,୦୦୦ ଓଡିଆ ଆଲବମ୍ ଗୀତରେ କାମ କରିଛନ୍ତି। ସେ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ଗ୍ରହଣ କରିଥିଲେ।  ବହୁ ବରିଷ୍ଠ କଳାକାର ଶାନ୍ତିରାଜଙ୍କ ମୃତ୍ୟୁରେ ଶୋକ ପ୍ରକାଶ କରିଛନ୍ତି।

Leave A Reply

Your email address will not be published.