ସାମୁଦ୍ରିକ ଝଡ ସମୟରେ ଜନ୍ମ ନେଲେ ନବଜାତକ ୟଶ

ଗତକାଲି ବାତ୍ୟା ୟାସ୍ ଉତ୍ତର ଉପକୂଳବର୍ତ୍ତୀ ଜିଲ୍ଲାକୁ ଓଡ଼ିଶାରେ ତାଣ୍ଡବ ରଚୁଥିବାବେଳେ ବିପର୍ଯ୍ୟୟ ସମୟରେ ଜନ୍ମ ହୋଇଥିବା ଦୁଇ ନବଜାତକ ଶିଶୁଜନ୍ମ ହୋଇଛନ୍ତି । ଉତ୍ସାହରେ ପରିବାର ଲୋକ ତାଙ୍କର ୟଶ ନାଁ ରଖିଛନ୍ତି । ଖବର ଅନୁଯାୟୀ ବାଲେଶ୍ବର ଜିଲ୍ଲାର ସଦର ବ୍ଲକ ଅନ୍ତର୍ଗତ ପାରଖୀ ଅଞ୍ଚଳର ବାଦଲ ମୈତୀଙ୍କ ପତ୍ନୀ ସୋନାଲି ମୈତୀ ଗତକାଲି ସନ୍ଧ୍ୟାରେ ଏକ ଶିଶୁ ପୁତ୍ରକୁ ଜନ୍ମ ଦେଇଛନ୍ତି। ସେହିଭଳି କେନ୍ଦ୍ରାପଡା ଜିଲ୍ଲାର ରଜନଗର ବ୍ଲକ ଅନ୍ତର୍ଗତ ହରିନାପୋଖରୀ ଗାଁର ସୌମ୍ୟ ରଂଜନ ବୈରାଗୀଙ୍କ ପତ୍ନୀ ସରସ୍ୱତୀ ବୈରାଗୀ ଏହି ଘୂର୍ଣ୍ଣିବଳୟ ସମୟରେ ଏକ ଶିଶୁ କନ୍ୟାକୁ ପ୍ରସବ କରିଥିବାବେଳେ ଶିଶୁଟିର ନାମ ୟଶ୍ ନାଁରେ ନାମିତ ହୋଇଛି। ଉଲ୍ଲେଖଯୋଗ୍ୟ, ରାଜ୍ୟ ସରକାର ଦୁର୍ବଳ ଅଞ୍ଚଳର ଗର୍ଭବତୀ ମହିଳାମାନଙ୍କୁ ଘୂର୍ଣ୍ଣିବଳୟ ଆଶ୍ରୟସ୍ଥଳ ଏବଂ ନିକଟସ୍ଥ ଡାକ୍ତରଖାନାକୁ ସ୍ଥାନାନ୍ତର କରିଥିଲେ। ୟାସ୍ ଚାଲିଗଲା ହେଲେ ଦୁଇ ପରିବାରକୁ କୁନି ନବଜାତକଙ୍କ ଖୁସି ମଧ୍ୟ ଦେଇଗଲା । ସେଥିଲାଗି ପରିବାର ଲୋକେ ଶିଶୁ ନବଜାତକଙ୍କୁ ବାତ୍ୟା ନାଁରେ ନାମକରଣ କଲେ ।

Leave A Reply

Your email address will not be published.