କରୋନା ସଂକ୍ରମିତ ହାର୍ଡକୋର ମାଓବାଦୀ ଗିରଫ

ତେଲେଙ୍ଗାନାର ୱାରଙ୍ଗାଲରେ ଜଣେ କରୋନା ସଂକ୍ରମିତ ମାଓବାଦୀଙ୍କୁ ଗିରଫ କରାଯାଇଛି। ମାଓବାଦୀଙ୍କୁ ଦକ୍ଷିଣ ସବ୍-ଜୋନାଲ ଦଳର ସୋବା ରାଓର ବରିଷ୍ଠ ନେତା ଭାବେ ଚିହ୍ନଟ କରାଯାଇଛି। ଉକ୍ତ ମାଓବାଦୀ ଜଣକ ଜଙ୍ଗଲରେ ଲୁଚି ରହିଥିଲେ ଓ ସର୍ଚ୍ଚ ଅପରେସନ ସମୟରେ ଧରାପଡିଥିଲେ। ଯେତେବେଳେ ଅଧିକାରୀମାନେ ପରିଚୟ ମାଗିଥିଲେ, ସେ ପରିଚୟ ଜଣାଇନଥିଲା । ଏହା ପରେ ତାଙ୍କୁ ଗିରଫ କରାଯାଇଥିଲା ଓ ପଚରାଉଚରା ବେଳେ ସେ ଦକ୍ଷିଣ ସବ-ଜୋନାଲ ଦଳର ବରିଷ୍ଠ ନେତା ବୋଲି ଜଣାପଡିଛି। ପରେ ଅଧିକାରୀମାନେ ତାକୁ କରୋନା ଚିକିତ୍ସା ପାଇଁ ପଠାଇଥିଲେ। ଏହାପୂର୍ବରୁ ଅତି କମରେ ୧୦ ଜଣ ମାଓବାଦୀ ଏହି କରୋନା ସଂକ୍ରମିତ ହୋଇଥିବା ଜଣାପଡିଛି। ଉଲ୍ଲେଖଯୋଗ୍ୟ, ଏହି ଭୂତାଣୁ ସଂକ୍ରମିତ ହୋଇଥିବା ଆଉ ତିନି ଜଣ ମାଓବାଦୀଙ୍କୁ ଗିରଫ କରାଯାଇଛି । ସେମାନଙ୍କୁ ଉପଯୁକ୍ତ ଚିକିତ୍ସା ଯୋଗାଇଦେବା ସହ ତୁରନ୍ତ ମୁଖ୍ୟ ସ୍ରୋତରେ ଯୋଗଦେବାକୁ ଅଧିକାରୀମାନେ ଉଦ୍ୟମ କରୁଛନ୍ତି ।

Leave A Reply

Your email address will not be published.