ଡାଲା ଅଟୋ ଓଲଟି ଜଣେ ମୃତ,୧୪ ଆହତ

ଗଞ୍ଜାମ ଜିଲ୍ଲା ଗାଙ୍ଗପୁର ଥାନା ମରେଇପାଟ ଗାଁ ନିକଟରେ ଭାରସାମ୍ୟ ହରାଇ ଏକ ଡାଲା ଅଟୋ ଓଲଟି ଜଣେ ମହିଳା ଶ୍ରମକଙ୍କ ମୃତ୍ୟୁ ଘଟିଥିବା ବେଳେ ୧୪ ଜଣ ସାମାନ୍ୟ ଆହତ ହୋଇଛନ୍ତି। ମୃତ ମହିଳାଙ୍କ ନାଁ ରେଣୁ ନାୟକ। ତାଙ୍କ ଘର ଢିମିରିପଲ୍ଲୀ ଗାଁରେ। ଆଜି ସକାଳେ ଢିମିରିପଲ୍ଲୀ ଗାଁର ୧୫ ଜଣ ଶ୍ରମିକ ଏହି ଡାଲା ଅଟୋରେ ରତ୍ନପୁର ଗାଁକୁ ପୋଖରୀ ଖୋଳିବା ପାଇଁ ଯାଉଥିଲେ। ତେବେ ବାଟରେ ଅଟୋଟି ଭାରସାମ୍ୟ ହରାଇ ଓଲଟି ପଡ଼ିଥିଲା। ଅଟୋଟି ଦୁର୍ଘଟଣାର ଶିକାର ହେବା ପରେ ସ୍ଥାନୀୟ ଲୋକେ ଶ୍ରମିକମାନଙ୍କୁ ଉଦ୍ଧାର କରିଥିଲେ ଓ ଆମ୍ବୁଲାନ୍ସ ଯୋଗେ ଭଞ୍ଜନଗର ହସ୍‌ପିଟାଲ୍‌କୁ ପଠାଇଥିଲେ। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ରେଣୁ ନାୟକଙ୍କର ମୃତ୍ୟୁ ଘଟିଥିଲା।

Leave A Reply

Your email address will not be published.