ଜୁନ୍ ୧୪ ଯାଏଁ ଲକ୍‌ଡାଉନ୍ ବୃଦ୍ଧି

ରାଜ୍ୟରେ ବଢୁଥିବା କରୋନା ମାମଲାକୁ ଦେ୍ଖି ତାମିଲନାଡୁର ସରକାର ଲକ୍‌ଡାଉନ୍ ଅବଧିକୁ ପୁଣି ଥରେ ବଢାଇଦେଇଛନ୍ତି। ଏ ନେଇ ଆଜି ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମ୍‌.କେ ଷ୍ଟାଲିନ୍ ରାଜ୍ୟରେ ଲକ୍‌ଡାଉନ୍ ବୃଦ୍ଧି କରିବା ନେଇ ଘୋଷଣା କରିଛନ୍ତି। ଏହି ଅବଧିକୁ ଜୁନ୍ ୧୪ ଯାଏ ବୃଦ୍ଧି କରାଯାଇଛି। ସମଗ୍ର ଦେଶରେ କରୋନାର ଭୟାବହ ସ୍ଥିତି ସୃଷ୍ଟି ହୋଇଛି। ଏହା ଭିତରେ କରୋନା ମାମଲା ହ୍ରାସ ପାଉଥିବାରୁ କିଛି ରାଜ୍ୟ ଅନ୍‌ଲକ୍ ପ୍ରକ୍ରିୟା ମଧ୍ୟ ଆରମ୍ଭ କଲେଣି। ତେବେ ଆଉ କେତେକ ରାଜ୍ୟରେ କରୋନାର ତାଉ ବୃଦ୍ଧି ପାଇବାରେ ଲାଗିଛି। ଏହାକୁ ଦୃଷ୍ଟିରେ ରଖି ଅନେକ ରାଜ୍ୟ ସରକାର ଲକ୍‌ଡାଉନ୍ ଅବଧିକୁ ପୁଣି ବଢାଇଦେଇଛନ୍ତି।

057 code kasam
Leave A Reply

Your email address will not be published.