ମତ ବଦଳାଇଲେ ଅଖିଳେଶ ଯାଦବ

କରୋନା ସଙ୍କଟ କାଳରେ ଟିକାକରଣ ଉପରେ ଅଧିକ ଗୁରୁତ୍ୱ ଦିଆଯାଉଥିବା ବେଳେ ଏହାକୁ ନେଇ ଗତକାଲି କେନ୍ଦ୍ର ସରକାର ନୂଆ ନୀତି ଆପଣାଇଛନ୍ତି ଯାହାକୁ ନେଇ ବିଭିନ୍ନ ପ୍ରତିକ୍ରିୟାମାନ ଆସିଛି ।ଏହାରି ଭିତରେ ଉତ୍ତରପ୍ରଦେଶର ପୂର୍ବତନ ମୂଖ୍ୟମନ୍ତ୍ରୀ ଏବଂ ସମାଜବାଦୀ ପାର୍ଟିର ପ୍ରମୂଖ ନେତା ଅଖିଳେଶ ଯାଦବଙ୍କ ମତାମତ ସାମ୍ନାକୁ ଆସିଛି । ଯେଉଁଥିରେ ସେ କହିଛନ୍ତି ସେ ଟ୍ୱିଟ୍ କରି କହିଛନ୍ତି ଯେ “କରୋନା ଟିକାକୁ ନେଇ ଲୋକମାନେ ଅଶୋନ୍ତଷ ପ୍ରକାଶ କରୁଥିବାରୁ ଏହାକୁ ନେଇ ରାଚନୀତି କରି କରୋନା ଟିକାକୁ ନେଇ କିଛି ଘୋଷଣା କରାଯାଇଛି । ମୁଁ ବିଜେପି ଟିକାକୁ ବିରୋଧ କରୁଛି ଏବଂ ଭାରତ ସରକାରଙ୍କ ଟିକାକୁ ସ୍ୱାଗତ କରୁଛି ଏବଂ ଏହି ଟିକା ମୁଁ ନେବାକୁ ପ୍ରସ୍ତୁତ ଅଛି” ସୁଚନାଅନୁସାରେ ଯେତେବେଳେ ଜାନୁଆରୀ ମାସରେ କରୋନା ଟିକାକରଣ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା ସେତେବେଳେ ଅଖିଳେଶ ଯାଦବ କହିଥିଲେ ଯେ ମୋର ବିଜେପି ଟିକା ଉପରେ ଭରସା ନାହିଁ ଯେତେବେଳେ ଆମ ସରକାର ଆସିବେ ସେତେବେଳେ ସମସକ୍ତଙ୍କୁ ମାଗଣା ଟିକାକରଣ କରାଯିବ ।

Leave A Reply

Your email address will not be published.