ମୁମ୍ବାଇର ପଂଚତାରକା ହୋଟେଲରେ ଡ୍ରଗ୍ସ ନେଇ ଜନ୍ମଦିନ ପାଳୁଥିଲେ ଅଭିନେତ୍ରୀ

ମାୟାନଗରୀ ମୁମ୍ବାଇରେ ଜଣେ ବଲିଉଡ ଅଭିନେତ୍ରୀଙ୍କୁ ନିଜର ଜନ୍ମଦିନରେ ଡ୍ରଗ୍ସ ନେଇ ପାର୍ଟି କରିବା ମହଙ୍ଗା ପଡ଼ିଛି । ପାର୍ଟି ଯେତେବେଳେ ମଦରେ ମତୁଆଲ ଥିଲା, ସେହି ସମୟରେ ପୋଲିସ ଅତର୍କିତ ଭାବେ ଚଢ଼ାଉ କରିଛି । ପୋଲିସ ସଂପୃକ୍ତ ଅଭିନେତ୍ରୀ ଓ ତାଙ୍କର ବନ୍ଧୁମାନଙ୍କୁ ଗିରଫ କରିଛି । ଅଭିନେତ୍ରୀଙ୍କ ନାଁ ନାଇରା ନେହଲ ଶାହା ବୋଲି ଗଣମାଧ୍ୟମ ରିପୋର୍ଟ କରିଛି ।  ମୁମ୍ବାଇର ସାନ୍ତାକ୍ରୁଜ ପୋଲିସ ଥାନା ଅଂଚଳରେ ଥିବା ଏକ ପଂଚ ତାରକା ହୋଟେଲରେ ଅଭିନେତ୍ରୀଙ୍କର ଜନ୍ମଦିନ ପାର୍ଟିର ଆୟୋଜନ ଚାଲିଥିଲା । ଅଭିନେତ୍ରୀ ନେହଲ ନିଜର ଜନ୍ମଦିନ ପାଳନ ପାଇଁ ପୂରା ଜୋସ୍‌ରେ ଥିଲେ । ସେ ଡ୍ରଗ୍ସ ନେଇଥିଲେ । ପୋଲିସ ରବିବାର-ସୋମବାର ମଧ୍ୟରାତ୍ରୀରେ ହୋଟେଲରେ ଅତର୍କିତ ଚଢ଼ାଉ କରିଥିଲା । ପୋଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛି । ଜଣେ ପୋଲିସ ଗଣମାଧ୍ୟମକୁ କହିଛନ୍ତି ଯେ, ରାତି ୩ଟାରେ ଚଢ଼ାଉ କରାଯାଇଥିଲା । ଅଭିନେତ୍ରୀ ଓ ତାଙ୍କର ସାଙ୍ଗମାନେ ଚଢ଼ାଉ ପୂର୍ବରୁ ଡ୍ରଗ୍ସ ନେଇଥିଲେ । 

Leave A Reply

Your email address will not be published.