ମନୋଜ କୁମାର ପରିଡାଙ୍କୁ ନୂଆ ଦାୟିତ୍ବ

fulbani poura parisada

ନୂଆଦିଲ୍ଲୀ : ୧୯୮୬ ବ୍ୟାଚର ଏଜିଏମୟୁଟି କ୍ୟାଡର ଭାରତୀୟ ପ୍ରଶାସନିକ ସେବାର ବରିଷ୍ଠ ଓଡିଆ ଅଧିକାରୀ ମନୋଜ କୁମାର ପରିଡାଙ୍କୁ ନୂଆ ଦାୟିତ୍ବ ମିଳିଛି । ନ୍ୟାସନାଲ ଅଥିରିଟି କେମିକାଲ ୱିପନ୍ସ କନଭେନସନର ଅଧ୍ୟକ୍ଷ ଭାବେ ନିଯୁକ୍ତି ନେଲେ କେନ୍ଦ୍ର ସରକାର । ତାଙ୍କ ନିଯୁକ୍ତି ପ୍ରସ୍ତାବକୁ ନିଯୁକ୍ତି ସଂର୍ପକିତ କ୍ୟାବିନେଟର  ଅନୁମୋଦନ ।  ସେ  ଡିସେମ୍ବର ୨୦୧୮ରୁ ପଞ୍ଜାବର ରାଜ୍ୟପାଳ ତଥା ଚଣ୍ଡିଗଡ ପ୍ରଶାସକ ଭି ପି ସିଂହ ବାଦନୌରଙ୍କ ଉପଦେଷ୍ଟା ରୂପେ ଦାୟିତ୍ବ ତୁଲାଉଛନ୍ତି। ତାଙ୍କର ସେଠି ଆଉ ୮ ମାସ କାର୍ଯ୍ୟକାଳ ଥିଲା। ପୁର୍ବରୁ ସେ ଦିଲ୍ଲୀ ସରକାରରେ ଅନେକ ଗୁରୁତ୍ବପୁର୍ଣ୍ଣ ପଦରେ ଅବସ୍ଥାପିତ ଥିଲେ। ସେ ଦିଲ୍ଲୀ ସରକାରଙ୍କର ଗୃହ ସଚିବ, ପୂର୍ତ୍ତ ବିଭାଗର ପ୍ରମୁଖ ସଚିବ ତଥା ସହରାଂଚଳ ବିଭାଗର ପ୍ରମୁଖ ସଚିବ ରୂପେ ଦକ୍ଷତାର ସହ କାର୍ଯ୍ୟନିର୍ବାହ କରିଥିଲେ। ସେ ପୁଡୁଚେରିର ମୁଖ୍ୟ ସଚିବ ଭାବେ ମଧ୍ୟ କାର୍ଯ୍ୟ କରିବା ସହିତ ଆଣ୍ଡାମାନ ନିକୋବାର, ଅରୁଣାଚଳ ପ୍ରଦେଶ, ଗୋଆ ଓ ଓଡ଼ିଶାରେ ମଧ୍ୟ କାର‌୍ୟ୍ୟ କରିଛନ୍ତି। ସେହିପରି ୧୯୮୭ ମସିହା ତାମିଲନାଡୁର କ୍ୟାଡର ଆଇଏସ ଅଧିକାରୀ ବି ଆନନ୍ଦଙ୍କୁ ପ୍ରତିରକ୍ଷା ମନ୍ତ୍ରଣାଳୟରେ ସଚିବ, ପୂର୍ବତନ ସେବାୟତ କଲ୍ୟାଣକାରୀ ଭାବରେ ନିଯୁକ୍ତ କରାଯାଇଛି। ସେ ବର୍ତ୍ତମାନ ସଂଖ୍ୟାଲଘୁ ବ୍ୟାପାର ମନ୍ତ୍ରଣାଳୟ ଅଧୀନରେ ରାଷ୍ଟ୍ରୀୟ ସଂଖ୍ୟାଲଘୁ କମିଶନଙ୍କ ସଚିବ ଦାୟିତ୍ୱରେ ଅଛନ୍ତି। ୧୯୮୭ ବ୍ୟାଚ୍ ଉତ୍ତରପ୍ରଦେଶ କ୍ୟାଡର ଅଧିକାରୀ ରେଣୁକା କୁମାରଙ୍କୁ ସଂଖ୍ୟାଲଘୁ ବ୍ୟାପାର ସଚିବ ଭାବରେ ନିଯୁକ୍ତ କରାଯାଇଛି।

057 code kasam
Leave A Reply

Your email address will not be published.