ଦେଶରେ ବଢୁଛି କରୋନା ସଂକ୍ରମିତଙ୍କ ସଂଖ୍ୟା, ଦୁଇ ଜଣଙ୍କ ମୃତ୍ୟୁ ସୂଚନା

fulbani poura parisada

ନୂଆଦିଲ୍ଲୀ : କୋଭିଡର ପ୍ରକୋପ ସରିଗଲା ବୋଲି ସମସ୍ତେ ଭାବୁଥିବା ବେଳେ ଏବେ ପୁଣି କାୟା ମେଲାଇଲାଣି ଏହାର ସଂକ୍ରମଣ । ସରକାରୀ ସୂଚନା ଅନୁସାରେ ମେ ୧୯ ସୁଦ୍ଧା ଦେଶରେ ୨୫୭ ଜଣ କୋଭିଡରେ ସଂକ୍ରମିତ ହୋଇଥିବା ବେଳେ ଦୁଇ ଜଣଙ୍କର ମୃତ୍ୟୁ ଘଟିଛି ।

କୋଭିଡ୍-୧୯ର ନୂଆ ଓମିକ୍ରନ୍ ସବଭାଇରାଣ୍ଟ ଏସିଆ ମହାଦେଶର ଅନେକ ରାଜ୍ୟରେ ବ୍ୟାପିବାରେ ଲାଗିଛି । ସିଙ୍ଗାପୁର ଓ ହଂକଂରେ ଏହାକୁ ନେଇ ଏବେ ଆତଙ୍କ ଖେଳି ଯାଇଛି ।

Umasankar Adv
057 code kasam

ସୂଚନା ଅନୁସାରେ କେରଳରେ ସର୍ବାଧିକ ୬୯, ମହାରାଷ୍ଟ୍ରରେ ୪୪, ତାମିଲନାଡୁରେ ୩୪ ଏବଂ କର୍ଣ୍ଣାଟକ, ଦିଲ୍ଲୀ, ରାଜସ୍ଥାନ, ଗୁଜରାଟ ଓ ସିକ୍କିମରେ ମଧ୍ୟ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ମୁମ୍ବାଇର କେଇଏମ୍ ହସପିଟାଲରେ ଦୁଇ ଜଣ କୋଭିଡ୍ ସଂକ୍ରମିତଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି ।

ତେବେ ସଂକ୍ରମଣ ଚିନ୍ତାଜନକ ନୁହେଁ ଓ ସ୍ଥିତି ନିୟନ୍ତ୍ରଣରେ ରହିଛି ବୋଲି ସ୍ବାସ୍ଥ୍ୟ ବିଭାଗ କହିଛି । ଅନ୍ୟପଟେ ସିଙ୍ଗାପୁରରେ କୋଭିଡ୍ ସ୍ଥିତି ସପ୍ତାହେ ମଧ୍ୟରେ ୨୮ ପ୍ରତିଶତ ବଢ଼ିଥିବା ବେଳେ ହଂକଂରେ ୩୧ ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ଦିଆଯାଇଛି ।

057 code kasam
Leave A Reply

Your email address will not be published.