କମୁଛି ମୃତକଙ୍କ ସଂଖ୍ୟା

ଭୁବନେଶ୍ବର : ରାଜ୍ୟରେ କରୋନା ମହାମାରୀ ହାହାକାର ସୃଷ୍ଟି କରିଥିବାବେଳେ ମୃତ୍ୟୁ ସଂଖ୍ୟା ନିୟନ୍ତ୍ରଣକୁ ଫେରିଛି ବୋଲି କୁହାଯାଇପାରିବ । ଆଜି ୩୭ ଜଣ କରୋନା ପଜିଟିଭଙ୍କ ମୃତ୍ୟୁ ଘଟିଛି ବୋଲି ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସୂଚନା ଦେଇଛି । ସେମାନଙ୍କ ମଧ୍ୟରେ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୫ ଜଣ ଥିବା ବେଳେ କଟକ ଓ କଳାହାଣ୍ଡିରୁ ୪ ଜଣ ଲେଖାଏଁ, ବରଗଡ଼, ଝାରସୁଗୁଡ଼ା, ପୁରୀ ଓ ସୁନ୍ଦରଗଡ଼ରୁ ୩ ଜଣ ଲେଖାଏଁ, ବଲାଙ୍ଗିର, ଦେବଗଡ଼, କେନ୍ଦ୍ରାପଡ଼ା ଓ ରାୟଗଡ଼ା ଜିଲ୍ଲାରୁ ୨ ଜଣ ଲେଖାଏଁ ଅଛନ୍ତି। ସେହିପରି ଗଜପତି, ମୟୂରଭଂଜ ଓ ସମ୍ବଲପୁର ଜଣେ ଲେଖାଏଁ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି। ଆଜି ଆଉ ୩୭ ଜଣଙ୍କ ମୃତ୍ୟୁ ଘଟିବା ପରେ ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୩୫୦୮କୁ ବୃଦ୍ଧି ପାଇଛି।

Leave A Reply

Your email address will not be published.