କରୋନାରେ ହ୍ରାସ ପାଇଲା ରାଜସ୍ୱ

ନୂଆଦିଲ୍ଲୀ : କୋଭିଡ-୧୯ ମହାମାରୀ ମଧ୍ୟରେ ଦିଲ୍ଲୀର ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ ଦିଲ୍ଲୀ ସରକାରର ଅଧିକାରୀଙ୍କୁ ଅନାବଶ୍ୟକ ସରକାରୀ ଖର୍ଚ୍ଚ କମ କରିବାକୁ ଆଦେଶ ଜାରି କରିଛି । ଦିଲ୍ଲୀ ସରକାରକୁ କରୋନାର ୨ୟ ଲହର ସମୟରେ ୩୨୩୭ କୋଟି ଟଙ୍କା ରାଜସ୍ୱ ମିଳିଛି । ଦିଲ୍ଲୀ ସରକାର ଅନୁସାରେ ଆର୍ଥିକ ବର୍ଷ ୨୦୨୦-୨୧ର ପ୍ରଥମ ୨ ମାସରେ ୪୯୬୫ କୋଟି ଟଙ୍କା ଖର୍ଚ୍ଚ ହୋଇଥିଲା । ଏହାର ତୁଳାନାରେ ୨୦୨୧-୨୨ ଆର୍ଥିକ ବର୍ଷରେ ଖର୍ଚ୍ଚ ବଢ଼ି ୮୫୧୧ କୋଟି ଟଙ୍କା ହୋଇଛି ।  ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ଓ ଅର୍ଥମନ୍ତ୍ରୀ ମନୀଷ ସିସୋଦିଆ ସୂଚନା ଦେଇଛନ୍ତି ଯେ, କରୋନା କାରଣରୁ ଦିଲ୍ଲୀ ସରକାର ଖର୍ଚ୍ଚର ପରିଚାଳନା ଲାଗି ମେମୋରେଣ୍ଡମ ଅର୍ଡର ଜାରି କରିଛନ୍ତି । ଏହା ଦ୍ୱାରା ଯୁକ୍ତିଗତ ଭାବରେ ଖର୍ଚ୍ଚ ହ୍ରାସ କରାଯାଇପାରିବ । ମନୀଷ ସିସୋଦିଆ କହିଛନ୍ତି, ଆର୍ଥିକ ବର୍ଷ ୨୦୨୧-୨୨ ପୂର୍ବରୁ ୨ ମାସରେ ଦିଲ୍ଲୀ ସରକାରଙ୍କ ଖର୍ଚ୍ଚରେ ଗତ ଆର୍ଥିକ ବର୍ଷ ତୁଳନାରେ ପାଖାପାଖି ୮୦ ପ୍ରତିଶତ ବୃଦ୍ଧି ହୋଇଛି । ଏହି ୨ ମାସରେ ଦିଲ୍ଲୀ ନିଜର ପ୍ରାପ୍ତିଠାରୁ ୩୨୩୭ କୋଟି ଟଙ୍କା ଅଧିକ ଖର୍ଚ୍ଚ ହୋଇଛି । 

Leave A Reply

Your email address will not be published.