ତପୁମିଶ୍ରଙ୍କ ସ୍ବାସ୍ଥ୍ୟବସ୍ଥା ଗୁରୁତର ଆର୍ଥିକ ସହାୟତା ଲାଗି ମୁଖ୍ୟମନ୍ତ୍ରୀଙ୍କୁ ନିବେଦନ

fulbani poura parisada

ଭୁବନେଶ୍ବର : ଓଲିଉଡର ଲୋକପ୍ରିୟ କଣ୍ଠଶିଳ୍ପୀ ତପୁମିଶ୍ର କରୋନାରେ ସଂକ୍ରମିତ ହେବା ପରେ ବର୍ତ୍ତମାନ ଗୁରୁତର ଅବସ୍ଥାରେ ମେଡିକାଲରେ ଚିକିତ୍ସାଧୀନ ଅଛନ୍ତି । ଫୁସଫୁସଜନିତ ସମସ୍ୟା ପାଇଁ ଚିକିତ୍ସା ଲାଗି ଅନେକ ଟଙ୍କା ଖର୍ଚ୍ଚ ହେଉଥିବାରୁ ପରିବାର ତରଫରୁ ଆର୍ଥିକ ସହାୟତାର ଲୋଡାଯାଇଛି । ସେପଟେ ତାଙ୍କ ଭଉଣୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ କିଛି ଆର୍ଥିକ ସହାୟତା ପାଇଁ ନିବେଦନ କରିଛନ୍ତି । ଦୀର୍ଘ ୨୭ ଦିନ ହେଲା ହସ୍ପିଟାଲରେ କଣ୍ଠଶିଳ୍ପୀ ତପୁ ମିଶ୍ର ଗୁରୁତର ଅବସ୍ଥାରେ ଚିକିତ୍ସିତ ହେଉଛନ୍ତି । ସ୍ବାସ୍ଥ୍ୟବସ୍ଥାରେ କୌଣସି ସୁଧାର ଆସୁନି ଶରୀରରୁ ଅମ୍ଳଜାନ କମିଯାଉଛି ଯାହାକି ତାଙ୍କୁ ଗୁରୁତର କରୁଛି । ସୂଚନାଯୋଗ୍ୟ, ସେ ଗତ ମେ’ ୨୦ ତାରିଖରେ ସେ ଏକ ଘରୋଇ ହସ୍‌ପିଟାଲରେ ଭର୍ତ୍ତି ହୋଇଥିଲେ। କିନ୍ତୁ ସ୍ବାସ୍ଥ୍ୟାବସ୍ଥା‌ରେ ସୁଧାର ନ ଆସିବାରୁ ତାଙ୍କୁ ସମ୍‌ କୋଭିଡ୍‌ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା। ସେଠାରେ କିଛି ଦିନ ଚିକିତ୍ସିତ ହେବା ପରେ ‌କରୋନାରୁ ମୁକ୍ତ ହୋଇଥିଲେ ଓ ତାଙ୍କ ଟେଷ୍ଟ ରିପୋର୍ଟ ନେଗେଟିଭ୍‌ ଆସିଥିଲା। କିନ୍ତୁ କରୋନା ଯୋଗୁଁ ତାଙ୍କ ଫୁସ୍‌ଫୁସ୍‌ର ୭୫ ପ୍ରତିଶତ ସଂକ୍ରମିତ ହୋଇସାରିଛି। ଏବେ ତାଙ୍କୁ ସମ୍‌ ପ୍ରାଇଭେଟ୍‌ ଆଇସିୟୁରେ ଭର୍ତ୍ତି କରାଯାଇଛି। ଶରୀରରେ ଅମ୍ଳଜାନ ସ୍ତର ବାରମ୍ବାର ଉପର ତଳ ହେଉଥିବା ବେଳେ ଅବସ୍ଥା ସଂକଟାପନ୍ନ ହେବାରେ ଲାଗିଛି। ୧୦୦% ଅକ୍ସିଜେନ ସପୋର୍ଟରେ ରହିଥିଲେ ସୁଦ୍ଧା ତାଙ୍କ ଶରୀରରେ ଅମ୍ଲଜାନସ୍ତର ତଳକୁ ଖସୁଛି। ତେଣୁ ଡାକ୍ତରମାନେ ଏକ୍‌ମୋ ମେସିନ୍‌ ଲଗାଇବାକୁ ପରାମର୍ଶ ଦେଇପାରନ୍ତି ବୋଲି ତପୁଙ୍କ ବଡ଼ ଭଉଣୀ ଧ୍ରୁତିଦୀପା କହିଛନ୍ତି।

057 code kasam
Leave A Reply

Your email address will not be published.