ଦ୍ୱାରକାଧୀଶଙ୍କ ମନ୍ଦିର ଉପରେ ପଡ଼ିଲା ବଜ୍ର

ଅହମଦାବାଦ : ଗୁଜରାଟର ଧାର୍ମିକ ନଗରୀ ଦ୍ୱାରକାରେ ଭଗବାନ ଶ୍ରୀକୃଷ୍ଣଙ୍କ ମନ୍ଦିର ଦ୍ୱାରକାଧୀଶରେ ପ୍ରବଳ ବର୍ଷା ସହିତ ବଜ୍ରପାତ ହୋଇଛି । ଏହି ସମୟରେ ମନ୍ଦିର ଚୂଡ଼ାରେ ଲାଗିଥିବା ବାନାକୁ କ୍ଷତି ପହଂଚାଇଛି । କିନ୍ତୁ ସାଧାରଣ ଲୋକଙ୍କ ଜୀବନକୁ କୌଣସି କ୍ଷତି ପହଂଚିନାହିଁ । ଏହା ପରେ ଲୋକଙ୍କର ପ୍ରତିକ୍ରିୟା ଆସିଛି । ସେମାନେ କହିଛନ୍ତି ଯେ, ଭଗବାନ ଦ୍ୱାରକାଧୀଶ ବିପଦକୁ ନିଜ ମୁଣ୍ଡରେ ମୁଣ୍ଡାଇଛନ୍ତି । ଫଳରେ କାହାରିକୁ କୌଣସି ଅସୁବିଧା ହୋଇନାହିଁ । ଏହି ଘଟଣାକୁ ନେଇ ସୋସିଆଲ ମିଡିଆରେ ଭାଇରାଲ ହୋଇଛି । ଗଣମାଧ୍ୟମରେ ବଜ୍ରପାତର ଭିଡିଓ ଓ ଦ୍ୱାରକାଧୀଶଙ୍କ ଚର୍ଚ୍ଚା ହେଉଛି ।  ଦ୍ୱାରକାରେ ମଙ୍ଗଳବାର ପ୍ରବଳ ବର୍ଷା ହୋଇଥିଲା । ବର୍ଷା ମଧ୍ୟରେ ଘଡ଼ଘଡ଼ି ଦେଖାଯାଉଥିଲା ଏବଂ ପବନ ବହୁଥିଲଶ । ଏହି ସମୟରେ ଦ୍ୱାରକାଧୀଶଙ୍କ ମନ୍ଦିର ଉପରେ ବଜ୍ର ପଡ଼ିଥିଲା । ପ୍ରଚଣ୍ଡ ଶବ୍ଦରେ ଏଠାରେ ଥିବା ଭକ୍ତମାନେ ଭୟଭୀତ ହୋଇଯାଇଥିଲେ । ମାତ୍ର କୌଣସି ପ୍ରକାର ବଡ଼ଧରଣର କ୍ଷତି ହୋଇ ନଥିଲା । କିନ୍ତୁ ମନ୍ଦିର ଶିଖରରେ ଉଡୁଥିବା ବାନା ଚିରି ହୋଇଯାଇଥିଲା । ଏହା ପରେ ଲୋକେ କହିଛନ୍ତି, ଭଗବାନ ଦ୍ୱାରକାଧୀଶ ସମସ୍ତଙ୍କୁ ବଂଚାଇ ଦେଲେ । 

Leave A Reply

Your email address will not be published.