ମା’ ମୃତ ଦେହ ଆପଣେଇଲେ ନାହିଁ ପୁଅ ଝିଅ, ସ୍ତ୍ରୀର ଶବକୁ ଜଗି ବସିଛନ୍ତି ସ୍ୱାମୀ

ଉଦଳା : ମା’ ମୃତ ଦେହକୁ ଆପଣାଇଲେ ନାହିଁ ପୁଅ-ଝିଅ ।  ଟ୍ରଲିରେ ଶବ ଧରି ୫ ଘଣ୍ଟା ହେବ ଜଗି ବସିଛି ସ୍ୱାମୀ । କପ୍ତିପଦା ଥାନା କପ୍ତିପଦା ବଜାର ନିକଟରେ ହୃଦୟବିଦାରକ ଦୃଶ୍ୟ । ମୃତକ ସୀତା ମୁର୍ମୁ । ଶବକୁ ଜଗି ରହିଛନ୍ତି ସ୍ୱାମୀ ବିଶ୍ୱନାଥ ମୁର୍ମୁ ।

057 code kasam

ସ୍ତ୍ରୀ ର ମୃତଦେହ ପଡିଛି ଟ୍ରଲି ଉପରେ । ଦୀର୍ଘ ସମୟ ଧରି ଶବ ପଡି ରହିବାରୁ ସ୍ୱାମୀ ଟ୍ରଲି ପାଖରେ ଛିଡା ହୋଇ ଶବ ଉପରେ ବସୁଥିବା ମାଛି ଘଉଡ଼ାଉଛି  । ଆଉ ଶବ ପାଖରେ ଧୂପ ମଧ୍ୟ ଦେଉଛି ସ୍ୱାମୀ ।  ଯାହା ଅତ୍ୟନ୍ତ ହୃଦୟ ବିଦାରକ ଦୃଶ୍ୟ ।  ମା’ର ମୃତ୍ୟୁ ପରେ ଆପଣେଇଲେ ନାହିଁ ପୁଅ ଝିଅ । ଵିଲ ଭିତରେ ବ୍ୟବଛେଦ ହୋଇଥିବା ମୃତଦେହକୁ ଟ୍ରଲିରେ ଧରି  ୫ ଘଣ୍ଟା ହେବ ଜଗି ବସିଛି ସ୍ୱାମୀ ।  କପ୍ତିପଦା ବଜାର ଠାରୁ ମାତ୍ର କେଇ ମିଟର ଦୂରରେ ରହୁଥିବା ବିଶ୍ୱନାଥ ମୁର୍ମୁଙ୍କ ସ୍ତ୍ରୀ ସୀତା ମୁର୍ମୁଙ୍କର ଗତକାଲି ମୃତ୍ୟୁ ହୋଇଥିଲା ।

Umasankar Adv

ଉଦଳା ଡାକ୍ତରଖାନାରେ ଆଜି ଶବ ବ୍ୟବଛେଦ ହୋଇ ସୀତା ମୁର୍ମୁଙ୍କ ଘର ଡିବାସାହିରେ ଆଣି ମେଡିକାଲ ପକ୍ଷରୁ ଶବ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଥିଲା । ହେଲେ ଶବ ଆସିବା ପରେ ସୀତାଙ୍କ ପୁଅ ଝିଅ ମା’ ର ମୃତଦେହ ଦାହ କରିବେ ନାହିଁ ବୋଲି ରୋକଠୋକ ବାପା ବିଶ୍ୱନାଥଙ୍କୁ ଶୁଣାଇ ଦେଇଥିଲେ । ଯାହା ପରେ ସ୍ତ୍ରୀର ମୃତଦେହକୁ ଟ୍ରଲିରେ ଧରି ସ୍ୱାମୀ ସ୍ତ୍ରୀ ରହୁଥିବା ଭଙ୍ଗା ଚାଳିଆକୁ ଫେରି ଆସିଥିଲେ ବିଶ୍ୱନାଥ । ଖବର ଲେଖା ହେବା ପର୍ଯ୍ୟନ୍ତ ୫ ଘଣ୍ଟା ବିତିଗଲାଣି ହେଲେ ସ୍ତ୍ରୀ ର ଶବକୁ କିପରି ଦାହ କରିବେ ଜାଣି ନ ପାରି ଟ୍ରଲି ଉପରେ ମୃତଦେହ ରଖି ଜଗି ବସିଛନ୍ତି ବିଶ୍ୱନାଥ ।  ଯାହା ମାନବିକତାକୁ କୁଠାରାଘାତ କରିଛି।

057 code kasam
Leave A Reply

Your email address will not be published.