ଜୟପୁର : ହରିୟାନା ଚାଲାଣ ବେଳେ ଧରାପଡିଲା ଗଞେଇ । ୧ ଟନରୁ ଉର୍ଦ୍ଧ ଗଞେଇ ଜବତ ସହ ଘଟଣାରେ ୬ ଜଣଙ୍କୁ ଗିରଫ କରିଛି ପୋଲିସ । ସହରର ପ୍ରବେଶ ପଥରୁ ଟ୍ରକ ଉଠାଇ ନେଇଥିବା ବେଳେ ଆନୁମାନିକ ମୁଲ୍ୟ ଲକ୍ଷାଧିକ ଟଙ୍କା ବୋଲି ଜଣାପଡିଛି । ଜୟପୁର ଟାଉନ ପୁଲିସ ପକ୍ଷରୁ ୧୩୧୮ କେଜି ଗଞ୍ଜେଇ ଜବତ କରିବା ସହ ୬ଜଣକୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି । ଅଭିଯୁକ୍ତ ମାନେ ହେଲେ ବ୍ରାହ୍ମଣୀଗାଁର ଦୁର୍ଗା ବାହାଦୁର କୁସୁମଗୁଡା ଅଞ୍ଚଳର ମିନା ବାରିକ। ଟାଉନ ପୋଲିସ ପେଟ୍ରୋଲି˚ ବେଳେ ଏକ ଗାଡିକୁ ସନ୍ଦେହ କରି ଅଟକାଇଥିଲେ ।

ଡ୍ରାଇଭର ଗାଡି ନରଖି ଦୃତ ଗତିରେ ଆଗକୁ ଚାଲିଯାଇଥିଲା । ଆଗରୁ କରିଥିବା ଯୋଜନା ମୁତାବକ ଗାଡିଟି ହୋଣ୍ତାଇ ସୋରୁମ ପଛ ପଟେ ଥିବା ଏକ କବାଡି ଦୋକାନ ନିକଟକୁ ଯାଇ ସେଠାରେ ଅନ୍ୟ ଏକ ଗାଡିକୁ ଓହ୍ଲାଉଥିବା ସମୟରେ ପୁଲିସ ପହଁଚି ଦୁଇଟି ଗାଡିକୁ ଜବତ କରିଛି । ଘଟଣାରେ ସମ୍ପୃକ୍ତ ୬ଜଣଙ୍କ ନାରେ ପୂର୍ବରୁ ଅନେକ ଅପରାଧିକ ମାମଲା ଥିବା ବେଳେ ଅଧିକ ତଦନ୍ତ ଜାରି ରହିଥିବା କହିଛନ୍ତି ଜୟପୁର ଏସଡିପିଓ ପାର୍ଥ କଶ୍ୟପ ।
