ଟିକା ନେବା ପରେ ୧ ହଜାରରେ ୩ ଜଣଙ୍କୁ ହେଉଛି କରୋନା

ଓଡ଼ିଶା ସମାଚାର (ମିନତୀ ବଳ) : ରାଜ୍ୟରେ କରୋନା ସଂକ୍ରମଣ କମିଥିବା ବେଳେ ଭୁବନେଶ୍ୱର ଓ କଟକରେ ସଂକ୍ରମଣ ଏବେ ବି ଚିନ୍ତାଜନକ ରହିଛି । ଏହାର କାରଣ କହିଛନ୍ତି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର । ଏଠାକୁ ବିଭିନ୍ନ ସ୍ଥାନରୁ ଲୋକଙ୍କ ଯାତାୟାତ ହେଉଛି । ବସ୍ ଟ୍ରେନ୍ ଓ ଫ୍ଲାଇଟରେ ସବୁବେଳେ ଚଳପ୍ରଚଳ ହେଉଛି । ଯିଏ ଆସୁଛି, ସେ ଲକ୍ଷଣହୀନ ସଂକ୍ରମିତ ହୋଇଥିବାର ସମ୍ଭାବନାକୁ ଏଡ଼ାଯାଇନପାରେ ବୋଲି ସେ କହିଛନ୍ତି । କିିଛି ସ୍ଥାନରେ କୋଭିଡ ନିୟମର ଉଲ୍ଲଂଘନ କରାଯାଉଥିବାର ମଧ୍ୟ ନଜର ଆସୁଛି । ସେଥିପାଇଁ ପ୍ରଶାସନକୁ ଦୋକାନ ବଜାର ବନ୍ଦ କରିବାକୁ ପଡ଼ୁଛି । ଯେଉଁ ଅଞ୍ଚଳରେ କ୍ଲଷ୍ଟର ସଂକ୍ରମଣ ହେଉଛି, ସେଠି କଣ୍ଟେନମେଣ୍ଟ ଜୋନ କରାଯାଉଛି । କଟକ ଓ ଭୁବନେଶ୍ୱରରେ ସଂକ୍ରମଣ ପ୍ଲାଟୋ ଅବସ୍ଥାରେ ରହୁଛି । କିଭଳି ତାକୁ କମ୍ କରାଯିବ, ସେ ଦିଗରେ କାମ କରାଯାଉଛି ବୋଲି କହିଛନ୍ତି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର । ସେପଟେ ଟିକା ସମ୍ପର୍କରେ ମଧ୍ୟ ସେ ମତ ରଖିଛନ୍ତି । ଅନ୍ତର୍ଜାତୀୟ ରିପୋର୍ଟ କହୁଛି, ୦.୩ ପ୍ରତିଶତ ଲୋକଙ୍କୁ ଟିକା ନେବା ପରେ ବି ସଂକ୍ରମଣ ହେଉଛି । ହେଲେ ଯେଉଁମାନେ ଦ୍ୱିତୀୟ ଡୋଜ୍ ନେଇଛନ୍ତି ସେମାନେ ଗୁରୁତର ହେଉ ନାହାନ୍ତି । ଟିକା ନେଲେ ରୋଗ ପ୍ରତିଷେଧକ ଶକ୍ତି ବଢ଼ୁଛି ।

Leave A Reply

Your email address will not be published.