ଓଡ଼ିଶା ସମାଚାର (ମିନତୀ ବଳ) : ଆଜିଠୁ ରାଜ୍ୟରେ ଗର୍ଭବତୀ ମହିଳାଙ୍କୁ ଦିଆଯିବ ଟିକା । କୋ-ୱିନ୍ ପୋର୍ଟାଲରେ ଏଥିପାଇଁ ସ୍ୱତନ୍ତ୍ର ଫିଚର ବ୍ୟବସ୍ଥା କରାଯାଇଛି । ତେବେ ପଞ୍ଜିକରଣ ନ କରି ମଧ୍ୟ ସିଧା ଟିକାକେନ୍ଦ୍ରକୁ ଆସି ଗର୍ଭବତୀ ମହିଳା ଟିକା ନେଇପାରିବେ ।ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ କହିଛନ୍ତି,ଗର୍ଭବତୀ ମହିଳାମାନେ ଟିକାକେନ୍ଦ୍ରକୁ ଆସି ଧାଡିରେ ଠିଆହେବାକୁ ପଡିବ ନାହିଁ । ସେମାନଙ୍କୁ ତୁରନ୍ତ ଟିକା ଦିଆଯିବ । ଆଶାଦିଦି ଏ ନେଇ ସେମାନଙ୍କୁ ସହାୟତା କରିବେ । ତେବେ ଘରକୁ ଯାଇ ଟିକାଦେବାର କୌଣସି ବ୍ୟବସ୍ଥା କରାଯାଇନାହିଁ । ଏହା ସହିତ ସେ ଆହୁରି ମଧ୍ୟ କହିଛନ୍ତି, ବର୍ଷକୁ ୯ ଲକ୍ଷ ମହିଳା ଗର୍ଭବତୀ ହେବା ନେଇ ପଞ୍ଜିକରଣ କରନ୍ତି । ସେଥିମଧ୍ୟରୁ ପ୍ରଥମେ ସାଢେ ୪ ଲକ୍ଷଙ୍କୁ ଏବେ ଟିକା ପାଇଁ ଠାବ କରାଯାଇପାରିବ ।