ରାଜ୍ୟରେ ଗତ ୨୪ ଘଣ୍ଟାରେ ଆଉ ୫୮ କରୋନା ସଂକ୍ରମିତ ମୃତ

ଜୁଲାଇ ୧୯ : ରାଜ୍ୟରେ କରୋନାରେ ଆଜି ଆଉ ୫୮ ଜଣ ପ୍ରାଣ ହରାଇଛନ୍ତି।ଏହ ସହିତ ରାଜ୍ୟରେ ମୃତ୍ୟୁସଂଖ୍ୟା ୫୧୧୬ରେ ପହଁଞ୍ଚିଛି । ସବୁଦିନ ପରି ଆଜି ମଧ୍ୟ ଖୋର୍ଦ୍ଧା ଜିଲ୍ଲାରେ ସର୍ବାଧିକ ୧୯, ବରଗଡରୁ ୭,ଗଞ୍ଜାମରୁ ୫,ବଲାଙ୍ଗିରରୁ ୪,ବାଲେସ୍ୱର,ପୁରୀ,କଟକ ଏବଂ ସମ୍ବଲପୁରରୁ ୩ ଜଣ ଲେଖାଏଁ, ଓ ସେହିପରି ଅନୁଗୋଳ,କେନ୍ଦ୍ରାପଡା,ଭଦ୍ରକରୁ ୨ ଜଣ,ବୌଦ୍ଧ,ଢେଙ୍କାନାଳ,ଯାଜପୁର,ଝାରସୁଗୁଡା,ମୟୁରଭଞ୍ଜରୁ ଜଣେ ଲେଖାଏଁ ମୃତ୍ୟୁ ବରଣ କରିଛନ୍ତି । ତେବେ ରାଜ୍ୟରେ ଗତ ୨୪ ଘଣ୍ଟାରେ ଦୈନିକ କରୋନା ସଂକ୍ରମଣ ଦୃତ ଗତିରେ ହ୍ରାସ ପାଇ ଦୁଇ ହଜାର ତଳକୁ ଆସିଛି । ତେବେ ରାଜ୍ୟରେ କରୋନା ସଂକ୍ରମଣ ତଳମୁହାଁ ରହିଥିବାରୁ ସରକାର ବିଭିନ୍ନ କଟକଣାକୁ ଛାଡ କରିବା ସହିତ ରାଜ୍ୟରେ ବସ୍ ଚଳାଚଳକୁ ମଧ୍ୟ ଅନୁମତି ଦେଇଛନ୍ତି । ରାଜ୍ୟରେ କରୋନା କଟକଣା ହଟିବା ସହିତ ଲୋକମାନେ କଟକଣା ମାନୁ ନଥିବା ଦେଖାଯାଉଥିବା ବେଳେ ଏହା ରାଜ୍ୟରେ ପୁନର୍ବାର କରୋନା ସଂକ୍ରମଣ ବୃଦ୍ଧୀର କାରଣ ହୋଇପାରେ ବୋଲି ବିଶେଷଜ୍ଞ ମାନେ କହିଛନ୍ତି ।

Leave A Reply

Your email address will not be published.