ଆଜିଠୁ ସାରା ରାଜ୍ୟରେ ଗଡିବ ବସ୍‌

ଭୁବନେଶ୍ୱର, ଜୁଲାଇ ୧୯ : ଆଜିଠୁ ରାଜ୍ୟବ୍ୟାପି ଚାଲିବ ବସ୍ । ଘରୋଇ ବସ୍ ମାଲିକ ସଂଘ ରଖିଥିବା ଦାବିକୁ ସରକାର ବିଚାର କରିବାକୁ ପ୍ରତିଶ୍ରୁତି ଦେବା ପରେ ଦିର୍ଘ ଅଢେଇ ମାସ ପରେ ରାଜ୍ୟରେ ଆଜିଠୁ ବସ୍ ଚଳଚଳ ସ୍ୱଭାବିକ ହେବ । ରାଜ୍ୟ ବସ୍ ସଂଘର ଘୋଷଣା ପରେ ବସ୍ ଚାଲିଲେ କାମ ହରାଇଥିବା ବସ୍ ଚାଳକ ,ହେଲପର,କଣ୍ଡକ୍ଟର ଆଦି ପୁନଃଶ୍ଚ ନିଜର କାମ ଆରମ୍ଭ କରିବେ ।  ତେବେ କରୋନା ରାଜ୍ୟରେ ସଂକ୍ରମଣ ନିୟନ୍ତ୍ରଣକୁ ଆସିନଥିବା ବେଳେ କେବଳ ଯେତିକି ସିଟ୍ ସେତିକି ଲୋକ ନେବାକୁ ଅନୁମତି ରହିଛି ଏବଂ ବସ୍‌ରେ ଲୋକଙ୍କୁ ଠିଆ କରି ନେବାକୁ ଅନୁମତି ନାହିଁ । ତେବେ କରୋନା କଟକଣା ମଧ୍ୟରେ ବସ୍ ଚାଲିବାକୁ ଅନୁମତି ମିଳିଥିଲେ ମଧ୍ୟ ସବୁକିଛି ଯାତ୍ରୀମାନଙ୍କ ଉପରେ ନିର୍ଭର କରୁଛି ବୋଲି ବସ୍ ମାଲିକ ସଂଘ ପକ୍ଷରୁ କୁହାଯାଇଛି । ତେବେ ପୁର୍ବରୁ ରାଜ୍ୟ ସରକାର ବସ୍ ଚଳାଚଳକୁ ଅନୁମତି ଦେଇଥିଲେ ମଧ୍ୟ ୭ ଦଫା ଦାବିରେ ରାଜ୍ୟ ସରକାରଙ୍କ ସହିତ ଅଲୋଚନା କରିବାକୁ ଦାବି କରିଥିଲେ ତେବେ ରାଜ୍ୟ ସରକାର ସେମାନଙ୍କର ଦାବି ଗୁଡିକୁ ବିଚାର କରିବା ପରେ ଆଜିଠୁ ବସ୍ ଗଡାଇବାକୁ ସଂଘ ପକ୍ଷରୁ କୁହାଯାଇଛି ।

Leave A Reply

Your email address will not be published.